ପାକିସ୍ତାନ ସେନା ସହିତ ସମ୍ପର୍କ ଭାଙ୍ଗିଲା ଭାରତ; ୟୁଏନ ଟ୍ରୁପ୍ କଣ୍ଟ୍ରିବ୍ୟୁଟର ଚିଫ୍ କନକ୍ଲେଭକୁ କଲାନାହିଁ ନିମନ୍ତ୍ରଣ

ଭାରତ ଚଳିତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ୟୁନାଇଟେଡ ନେସନ୍ (ୟୁଏନ) ଟ୍ରୁପ୍ କଣ୍ଟ୍ରିବ୍ୟୁଟର ଚିଫ୍ କନକ୍ଲେଭରେ ପାକିସ୍ତାନ ସେନା ଓ ଚୀନର ପିଏଲଏ (ପିପୁଲ୍ସ ଲିବରେସନ୍ ଆର୍ମି )ସେନାକୁ  ନିମନ୍ତ୍ରଣ କରିନାହିଁ। 

New Project (14)


ନୂଆଦିଲ୍ଲୀ:  ଭାରତ ଚଳିତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ୟୁନାଇଟେଡ ନେସନ୍ (ୟୁଏନ) ଟ୍ରୁପ୍ କଣ୍ଟ୍ରିବ୍ୟୁଟର ଚିଫ୍ କନକ୍ଲେଭରେ ପାକିସ୍ତାନ ସେନା ଓ ଚୀନର ପିଏଲଏ (ପିପୁଲ୍ସ ଲିବରେସନ୍ ଆର୍ମି )ସେନାକୁ  ନିମନ୍ତ୍ରଣ କରିନାହିଁ। 

ୟୁନାଇଟେଡ ନେସନ୍ ସହ ଜଡ଼ିତ ଏହି ସମ୍ମିଳନୀରେ ଭାରତୀୟ ସେନା କେବଳ ସେହି ଦେଶର ସେନା ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛି ଯେଉଁମାନେ ସେମାନଙ୍କର ସୈନିକଙ୍କୁ ଜାତିସଂଘ ଶାନ୍ତିରକ୍ଷା ମିଶନରେ ପଠାନ୍ତି।  ବର୍ତ୍ତମାନ ବିଶ୍ୱବ୍ୟାପୀ ଜାତିସଂଘର ମୋଟ ୧୧ଟି ମିଶନ ଚାଲିଛି। ପ୍ରାୟ ୧୨୦ଟି ଦେଶର ସେନା ଏହି ମିଶନରେ ଅଂଶଗ୍ରହଣ କରୁଛନ୍ତି।  ଭାରତୀୟ ସେନାର ପ୍ରାୟ ପାଞ୍ଚ ହଜାର ସୈନିକ ବର୍ତ୍ତମାନ ଜାତିସଂଘର ୧୧ ଟି ମିଶନରୁ ୦୯ଟିରେ ନିୟୋଜିତ ଅଛନ୍ତି।  

ଅନେକ ଥର ଭାରତ ଏବଂ ପାକିସ୍ତାନର ସୈନିକମାନେ ଏହି ମିଶନରେ ଏକାଠି ନିୟୋଜିତ ହୋଇଛନ୍ତି। କିନ୍ତୁ ପହଲଗାମ ଆକ୍ରମଣରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ସିଧାସଳଖ ସମ୍ପୃକ୍ତି ଏବଂ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ମାଧ୍ୟମରେ ଏକ ପ୍ରକ୍ସି ଯୁଦ୍ଧ ଆରମ୍ଭ କରିବା ପରେ ଭାରତୀୟ ସେନାର ବିଶ୍ବାସ ଓ ଧୈର୍ଯ୍ୟ ଭାଙ୍ଗି ଯାଇଛି।

ଆଗାମୀ ଦିନମାନଙ୍କରେ ଭାରତୀୟ ସେନା ପାକିସ୍ତାନ ସେନା ସହିତ ଆଉ କୌଣସି ପ୍ରକାରର  ସମ୍ପର୍କ ରଖିବାକୁ ଚାହୁଁ ନାହିଁ। ଏହି କାରଣରୁ ପାକିସ୍ତାନକୁ ଜାତିସଂଘ ମୁଖ୍ୟ ସମ୍ମିଳନୀକୁ ଭାରତ ନିମନ୍ତ୍ରଣ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe