ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀମାନଙ୍କ ସହିତ ଲଢ଼େଇ କରି ସୋମବାର ଦିନ ଭାରତୀୟ ସେନାର ଆକ୍ରମଣକାରୀ କୁକୁର ‘ଜୁମ୍’ ସାଙ୍ଘାତିକ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ସମ୍ପ୍ରତି ସେ ଶ୍ରୀନଗରସ୍ଥିତ ସେନା ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛି।
ପ୍ରାପ୍ତ ସୂଚନା ଅନୁସାରେ, ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୁନିଶ୍ଚିତ ସୂଚନା ପାଇବା ପରେ ରବିବାର ବିଳମ୍ବିତ ରାତିରେ ନିରାପତ୍ତା ବଳ ଦକ୍ଷିଣ କଶ୍ମୀର ଜିଲ୍ଲାର ତଙ୍ଗପାୱା ଅଞ୍ଚଳରେ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଚଳାଇଥିଲା।
Image Courtesy of India Todayସରକାରୀ ଅଧିକାରୀମାନେ କହିଛନ୍ତି, ରବିବାର ସକାଳେ ସେନା ‘ଜୁମ୍’ ନାମକ ତା’ର ଆକ୍ରମଣକାରୀ ଶ୍ବାନକୁ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଘରକୁ ପଠାଇଥିଲା। ‘ଜୁମ୍’ ହେଉଛି ଉଚ୍ଚ ତାଲିମପ୍ରାପ୍ତ, ଭୟଙ୍କର ଓ ପ୍ରତିବଦ୍ଧ ଶ୍ବାନ। ଆତଙ୍କବାଦୀମାନଙ୍କୁ ଠାବ କରି ବାହାର କରିବା ପାଇଁ ତାକୁ ତାଲିମ ଦିଆଯାଇଛି।
Image Grabbed from Videoସବୁ ଥର ପରି ସୋମବାର ଦିନ ମଧ୍ୟ ଆତଙ୍କବାଦୀମାନେ ଛପି ଥିବା ଘରକୁ ଯାଇ ସେମାନଙ୍କୁ ବାହାର କରିବା ପାଇଁ ‘ଜୁମ୍’କୁ ପଠାଯାଇଥିଲା। କିନ୍ତୁ, ଆତଙ୍କବାଦୀମାନଙ୍କୁ ଠାବ କରି ଆକ୍ରମଣ କରିବା ବେଳେ ତା’ ଦେହରେ ଦୁଇଟି ଗୁଳି ବାଜିବାରୁ ସେ ସାଙ୍ଘାତିକ ଆହତ ହୋଇଥିଲା। ତା’ ସତ୍ତ୍ବେ ନିଜ କର୍ତ୍ତବ୍ୟ ପାଳନ କରି ସେ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରାଇବାରେ ସହଯୋଗ କରିଥିବା କଥା ସେମାନେ କହିଛନ୍ତି।
‘ଜୁମ୍’ ଓ ତା’ର ସାହସିକତା ବିଷୟରେ ସେନା ଗୋଟାଏ ଭିଡିଓ ପୋଷ୍ଟ୍ କରି ଲେଖିଛି: ସେନା ଆକ୍ରମଣକାରୀ ଶ୍ବାନ ‘ଜୁମ୍’ର ଆଶୁ ଆରୋଗ୍ୟ କାମନା କରୁଛୁ।
Follow Us