ଗଗନଯାନ ଉତ୍‌କ୍ଷେପଣ ପାଇଁ ଉତ୍ସାହିତ ଭାରତୀୟ ମହାକାଶଚାରୀ

ଦେଶର ପ୍ରଥମ ମାନବ ମହାକାଶଯାତ୍ରା କାର୍ଯ୍ୟକ୍ରମ ଗଗନଯାନ ଅଭିଯାନ ପାଇଁ ଭାରତର ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି। ଏହାକୁ ନେଇ କେବଳ ଦେଶ ଭିତରେ ନୁହେଁ, ସମଗ୍ର ବିଶ୍ୱରେ ଉତ୍ସାହ ଦେଖିବାକୁ ମିଳୁଛି।

gaganyana

ନୂଆଦିଲ୍ଲୀ: ଦେଶର ପ୍ରଥମ ମାନବ ମହାକାଶଯାତ୍ରା କାର୍ଯ୍ୟକ୍ରମ ଗଗନଯାନ ଅଭିଯାନ ପାଇଁ ଭାରତର ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି। ଏହାକୁ ନେଇ କେବଳ ଦେଶ ଭିତରେ ନୁହେଁ, ସମଗ୍ର ବିଶ୍ୱରେ ଉତ୍ସାହ ଦେଖିବାକୁ ମିଳୁଛି। ଡିସେମ୍ବର ୨୦୨୫ରେ ଇସ୍ରୋ ଗଗନଯାନ ମିସନର ପ୍ରଥମ ଉତ୍‌କ୍ଷେପଣ କରିବ। ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅତ୍ୟନ୍ତ ଉତ୍ସାହିତ। ଭାରତର ମହାକାଶ ଭବିଷ୍ୟତକୁ ନେଇ ସାରା ବିଶ୍ୱରେ ଉତ୍ସାହ ରହିଛି। ଶୁଭାଂଶୁ କହିଛନ୍ତି, ମୋର କ୍ରୁମେଟ୍ ଓ ଆମକୁ ତାଲିମ ଦେଇଥିବା ଏକାଧିକ ମହାକାଶ ଏଜେନ୍ସି ଗଗନଯାନ କେବେ ଉଡ଼ିବ ବୋଲି ପଚାରୁଥିଲେ। ଏପରିକି ଲଞ୍ଚ୍ ଦେଖିବା ପାଇଁ ସେମାନଙ୍କୁ ଭାରତକୁ ନିମନ୍ତ୍ରଣ କରିବାକୁ ସେମାନେ ମୋତେ ଅନୁରୋଧ କରିଥିଲେ। 

ମହାକାଶଚାରୀ ପି. ବାଲକ୍ରିଷ୍ଣନ ନାୟାର ଭାରତର ସଫଳତା ଉପରେ ଗର୍ବ ପ୍ରକଟ କରି ମହାକାଶ ଅଭିଯାନରେ ଦେଶର ଅନନ୍ୟ ଆଭିମୁଖ୍ୟ ପ୍ରତି ଆନ୍ତର୍ଜାତିକ ପ୍ରଶଂସା କିପରି ବୃଦ୍ଧି ପାଉଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ, ସେହି ଦିନ ଦୂର ନୁହେଁ ଯେତେବେଳେ ଅନ୍ୟ ଦେଶମାନେ ଏହାର ଉତ୍‌କ୍ଷେପଣ ପାଇଁ ଭାରତ ଆସିବେ। ଭାରତ ଯାହା କରୁଛି ତାହା ଅନେକଙ୍କ ପାଇଁ ଅତୁଳନୀୟ। ମହାକାଶଚାରୀ ଅଙ୍ଗଦ ପ୍ରତାପ ଏହି ସଫଳତା ପଛରେ ଥିବା ଗଭୀର ପରମ୍ପରାକୁ ଦେଶବାସୀଙ୍କୁ ମନେ ପକାଇ ଦେଇଛନ୍ତି। ଅନ୍ୟତ୍ର ଲୋଭନୀୟ ସୁଯୋଗ ସତ୍ତ୍ୱେ ଭାରତ ପ୍ରତି ପ୍ରତିଶ୍ରୁତିବଦ୍ଧ ଥିବା ଇସ୍ରୋର ଅଗ୍ରଦୂତମାନେ ଦଶନ୍ଧି ଧରି କରିଥିବା କଠିନ ପରିଶ୍ରମକୁ ଆମେ ଭୁଲିପାରିବୁ ନାହିଁ ବୋଲି ସେ କହିଛନ୍ତି। ଅଜିତ କ୍ରିଷ୍ଣନଙ୍କ ପାଇଁ ବିଗତ ବର୍ଷଗୁଡ଼ିକରେ ଯେଉଁ ପରିମାଣର ପ୍ରଗତି ହୋଇଛି ତାହା ଉଲ୍ଲେଖନୀୟ। ସେ କହିଛନ୍ତି, ଯେତେବେଳେ ମୁଁ ୨୦୨୦ରେ ଇସ୍ରୋରେ ଯୋଗ ଦେଲି, ମୁଁ କେବେ ଭାବି ନ ଥିଲି ଯେ ଏତେ ଶୀଘ୍ର ଏହା ଏତେ ବଡ଼ ହେବ। ପାଞ୍ଚ ବର୍ଷ ମଧ୍ୟରେ ଆମେ ଚନ୍ଦ୍ରକୁ ଯାଇଛୁ, ଡକିଂ ହାସଲ କରିଛୁ ଏବଂ ମହାକାଶ କ୍ଷେତ୍ରରେ ନୂତନ ଷ୍ଟାର୍ଟଅପ୍‌ଗୁଡ଼ିକୁ ସମୃଦ୍ଧ ହେଉଥିବା ଦେଖିଛୁ। ଆମେ ଯେଉଁ ଗତିରେ ଅଗ୍ରଗତି କରୁଛୁ ତାହାକୁ ଅନ୍ୟ ରାଷ୍ଟ୍ରମାନେ ଈର୍ଷା କରନ୍ତି। ୨୦୪୭ ପର୍ଯ୍ୟନ୍ତ ଆମର ରୋଡ୍ ମ୍ୟାପ୍ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe