India Today
ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନର ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଡ୍ରୋନ୍ ଦ୍ବାରା ଅସ୍ତ୍ର ଚାଲାଣ କରୁଥିବାରୁ ଭାରତ ପାଇଁ ଏହା ବଡ଼ ଚ୍ୟାଲେଂଜ ହୋଇଛି। ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଡ୍ରୋନ୍ ବ୍ୟବହାର କରି ଆତଙ୍କବାଦୀଙ୍କୁ ଅସ୍ତ୍ର ଯୋଗାଉଥିବା ଏବଂ ପଂଜାବରେ ହିଂସା ସୃଷ୍ଟି ପାଇଁ ବ୍ୟାପକ ଉଦ୍ୟମ ହେଉଥିବାରୁ ଏହାର ମୁକାବିଲା ପାଇଁ ବିଏସ୍ଏଫ୍ ବଡ଼ ଯୋଜନା କରିଛି। ସୀମାରେ ବିଏସ୍ଏଫ୍ର ଶକ୍ତି ବୃଦ୍ଧି କରାଯାଇଥିବା ବେଳେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟହାର କରି ପାକିସ୍ତାନର ସବୁ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ବ୍ୟବସ୍ଥା ହୋଇଛି । ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ୬୩୮୬ କିଲୋମିଟର ବ୍ୟାପୀ ଅଂଚଳରେ ଅହରହ ନଜର ରଖିବା ପାଇଁ ସ୍ୟାଟେଲାଇଟ୍ର ସହାୟତା ନିଆଯାଇଛି ଏବଂ ଅନେକ ସମ୍ବେଦନଶୀଳ ଅଂଚଳରେ ସେନ୍ସର ବ୍ୟବସ୍ଥା ହେଉଛି। କଶ୍ମୀରରେ ବିଗତ ଦୁଇ ମାସ ମଧ୍ୟରେ ଆତଙ୍କବାଦୀଙ୍କୁ ସମସ୍ତ ବଡ଼ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରି ଦିଆଯାଇଛି ଏବଂ ଏଥିଯୋଗୁଁ କଶ୍ମୀର ଉପତ୍ୟକାରେ ହିଂସା କମିଛି।
Follow Us