ନେପାଳରେ ବାଇକ୍‌-ଜିପ୍‌ ଧକ୍କା: ଭାରତୀୟ ବାଇକ୍‌ ଆରୋହୀ ମୃତ

Advertisment
ନେପାଳରେ ବାଇକ୍‌-ଜିପ୍‌ ଧକ୍କା: ଭାରତୀୟ ବାଇକ୍‌ ଆରୋହୀ ମୃତ

Illus Courtesy of Deccan Chronicle

ନୂଆଦିଲ୍ଲୀ: କାଠମାଣ୍ଡୁ ଠାରୁ ୨୨୦ କିଲୋମିଟର୍‌ ପଶ୍ଚିମରେ ଅବସ୍ଥିତ ନେପାଳର ତନହୁନ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୨୬ ବର୍ଷିୟ ଭାରତୀୟ ଯୁବକ ପ୍ରାଣ ହରାଇଛନ୍ତି ବୋଲି ରବିବାର ଦିନ ଗଣମାଧ୍ୟ ସୂଚନାରୁ ଜଣାପଡ଼ିଛି।

ଉତ୍ତର ପ୍ରଦେଶର ଆଲ୍ଲାହାବାଦବାସୀ ରାଜୁ ଜମାଦ ଶନିବାର ରାତିରେ ମୋଟର୍‌ସାଇକେଲ୍‌ ଚଢ଼ି ଦମଲୁଇରୁ ପୋଖରା ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା ବୋଲି ‘ଦି ହିମାଲୟାନ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ବିପରୀତ ଦିଗରୁ ଆସୁଥିବା ଏକ ଜିପ୍‌ ସହିତ ତାଙ୍କର ମୋଟର୍‌ସାଇକେଲ୍‌ ରାସ୍ତାର ଏକ ବୁଲାଣିରେ ମୁହଁମୁହିଁ ଧକ୍କା ଖାଇଥିଲା ବୋଲି ତନହୁନ ଜିଲ୍ଲା ପୁଲିସ କାର୍ଯ୍ୟାଳୟ କହୁଛି।

ଜମାଦଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହୁଛି।
ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବକୁ ଡାକ୍ତରଖାନାରେ ରଖାଯାଇଛି ଏବଂ ଅଭିଯୁକ୍ତ ଜିପ୍‌ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe