୪ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍‌ ସାଂସଦ ପୁନଃ ନିର୍ବାଚିତ

୪ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍‌ ସାଂସଦ ପୁନଃ ନିର୍ବାଚିତ

Granthshala News

ୱାସିଂଟନ୍‌: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଇତିହାସ ରଚିଛନ୍ତି ଭାରତୀୟ-ଆମେରିକୀୟ ସମୁଦାୟ। ଆମେରିକାରେ ବସବାସ କରୁଥିବା ୧.୮ ନିୟୁତ ଭାରତୀୟ ବଂଶୋଦ୍ଭବ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଆମେରିକାର ଅତି ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଫ୍ଲୋରିଡା, ଜର୍ଜିଆ, ମିଚିଗାନ୍‌, ଉତ୍ତର କାରୋଲିନା , ପେନ୍‌ସିଲଭାନିଆ ଏବଂ ଟେକ୍ସାସ୍‌ରେ ଗୁରୁ ଦାୟିତ୍ବ ନିର୍ବାହ କରିଛନ୍ତି। ଉଭୟ ରିପବ୍ଲିକାନ୍‌ ଏବଂ ‌ଡୋମୋକ୍ରାଟ୍‌ମାନେ ଭାରତୀୟ ବଂଶୋଦ୍ଭବଙ୍କ ସମର୍ଥନ ହାସଲ ପାଇଁ ପ୍ରଚାର ଜୋରଦାର କରିଥିଲେ। ଚଳିତ ନିର୍ବାଚନରେ ସମସ୍ତ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଡେମୋକ୍ରାଟ୍‌ ସାଂସଦ ପୁନଃ ନିର୍ବାଚିତ ହୋଇଛନ୍ତି। ଡ. ଅମି ବେରା, ପ୍ରମିଳା ଜୟପାଲ୍‌, ଆର୍‌ଓ ଖାନ୍ନା ଏବଂ ରାଜା କୃଷ୍ଣମୂର୍ତ୍ତି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)କୁ ପୁନଃ ନିର୍ବାଚିତ ‌ହୋଇଛନ୍ତି। ୫୫ ବର୍ଷୀୟା ପ୍ରମିଳା ଜୟପାଲ୍‌ ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ୨୦୧୬ରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଥିଲେ। ସେ ର ପୁନର୍ବାର ନିର୍ବାଚିତ ହୋଇଛନ୍ତି। ୪୪ ବର୍ଷୀୟ ଆର୍‌ଓ ଖାନ୍ନା ଭାରତୀୟ ବଂଶୋଦ୍ଭବ ରିତେଶ ଟଣ୍ଡନ୍‌ଙ୍କୁ ହରାଇଛନ୍ତି। ସମୋସା କାକସ୍‌ର ସବୁଠୁ ବରିଷ୍ଠ ସଦସ୍ୟ ଡ. ଅମି ବେରା କାଲିଫର୍ଣ୍ଣିଆରୁ ଲଗାତାର ପଞ୍ଚମ ଥର ପାଇଁ ଜିତିଛନ୍ତି। ତେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ପ୍ରେଷ୍ଟନ୍‌ କୁଲ୍‌କର୍ନି ତାଙ୍କ ରିପବ୍ଲିକ୍‌ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ହାରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe