କେନିଆରେ ଭାରତୀୟ ତରୁଣକୁ ହତ୍ୟା: ରିପୋର୍ଟ ମାଗିଲେ ସୁଷମା ସ୍ୱରାଜ

କେନିଆରେ ଭାରତୀୟ ତରୁଣକୁ ହତ୍ୟା: ରିପୋର୍ଟ ମାଗିଲେ ସୁଷମା ସ୍ୱରାଜ

Photo Courtesy of TOI

ନୂଆଦିଲ୍ଲୀ: ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କେନିଆରେ ଜଣେ ଭାରତୀୟ ତରଣକୁ ହତ୍ୟା କରା ଯାଇଥିବା ବିଷୟରେ ରିପୋର୍ଟ ମାଗିଛନ୍ତି।

ଘଟନା ସଂକ୍ରାନ୍ତରେ ଏକ ଟୁଇଟ୍‌ର ଉତ୍ତର ଦେଇ ସ୍ୱରାଜ କେନିଆସ୍ଥିତ ଭାରତୀୟ ହାଇକମିସନର୍‌ ସୁଚିତ୍ରା ଦୁରାଇଙ୍କୁ ଏ ସଂକ୍ରାନ୍ତରେ ତାଙ୍କୁ ରିପୋର୍ଟ କରିବାକୁ କହିଛନ୍ତି।

ଖୁବ୍‌ ଶୀଘ୍ର ରିପୋର୍ଟ ଦେବେ ବୋଲି ଦୁରାଇ ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଦେଶର ରାଜଧାନୀ ନାଇରୋବିରେ ବସବାସ କରୁଥିବା ଗୁଜୁରାଟୀ ପରିବାରର ପୁଅ ବଣ୍ଟି ଶାହାଙ୍କୁ ତାଙ୍କ ଘର ଭିତରେ ଭୋର୍‌ ୩ଟା ବେଳେ ଗୁଳି ମାରି ହତ୍ୟା କରାଯାଇଥିବା କଥା କୁହାଯାଉଛି। ସେ ପରିବାର ଗଦି ତିଆରି କାରଖାନା ବୋମ୍ବିଲ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ମାଲିକ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe