ପ୍ରବାସୀ ଭାରତୀୟ ବ୍ୟବସାୟୀଙ୍କ ବଦାନ୍ୟତା; ପାକିସ୍ତାନର ଦାରିଦ୍ର୍ୟ ପ୍ରପୀଡ଼ିତ ଗାଁରେ ନିଜସ୍ୱ ଅର୍ଥରେ ଲଗାଇଲେ ୬୨ଟି ନଳକୂପ

Advertisment
ପ୍ରବାସୀ ଭାରତୀୟ ବ୍ୟବସାୟୀଙ୍କ ବଦାନ୍ୟତା; ପାକିସ୍ତାନର ଦାରିଦ୍ର୍ୟ ପ୍ରପୀଡ଼ିତ ଗାଁରେ ନିଜସ୍ୱ ଅର୍ଥରେ ଲଗାଇଲେ ୬୨ଟି ନଳକୂପ

Reuters

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ଥିବାବେଳେ ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବ୍ୟବସାୟୀ ନିଜସ୍ୱ ଅର୍ଥରେ ପାକିସ୍ତାନର ଏକ ଦାରିଦ୍ର୍ୟ ପ୍ରପୀଡ଼ିତ ଅଞ୍ଚଳରେ ୬୨ଟି ନଳକୂପ ସ୍ଥାପନ କରିବା ଘଟଣା ସଂପ୍ରତି ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ‘ରଏଟର’ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟର ବିବରଣୀରୁ ପ୍ରକାଶ, ଦକ୍ଷିଣ ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ଥର୍‌ପାରକର ଜିଲ୍ଲାର ଗ୍ରାମବାସୀମାନେ ଦାରିଦ୍ର୍ୟ ପ୍ରପୀଡ଼ିତ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଏବଂ ସେମାନଙ୍କ ନିକଟରେ ଖାଦ୍ୟ ତ ଦୂରର କଥା ପିଇବାକୁ ପାନୀୟ ଜଳ ସୁଦ୍ଧା ନଥିବା ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା।

publive-image Reuters

ସୋସିଆଲ ମିଡିଆରେ ଏ ଖବରରେ ଗଭୀର ଉଦ୍‌ବେଗ ପ୍ରକାଶ କରି ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବ୍ୟବସାୟୀ ଯୋଗେନ୍ଦ୍ର ସିଂହ ସାଲାରିଆ ନିଜସ୍ୱ ଅର୍ଥରେ ପାକିସ୍ତାନର ସଂପୃକ୍ତ ଦାରିଦ୍ର୍ୟ ପ୍ରପୀଡ଼ିତ ଥରପାରକାର ଜିଲ୍ଲାର ଏକାଧିକ ଗ୍ରାମ ୬୨ଟି ନଳକୂପ ସ୍ଥାପନ କରିବା ସହ ସଂପୃକ୍ତ ଗ୍ରାମର ଗ୍ରାମବାସୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ପ୍ରଦାନ କରିବା ଘଟଣା ଏବେ ବିଶ୍ୱ ସମୁଦାୟକୁ ଆଶ୍ଚର୍ଯ୍ୟ ଚକିତ କରିଛି। ସଂପୃକ୍ତ ବଦାନ୍ୟ ପ୍ରବାସୀ ଭାରତୀୟ ବ୍ୟବସାୟୀ ଯୋଗେନ୍ଦ୍ର ସିଂହ ସାଲାରିଆ ୧୯୯୩ରୁ ଯାଇ ଦୁବାଇରେ ବସବାସ କରୁଥିବା ବେଳେ ସେଠାରେ ତାଙ୍କର ପରିବହନ ବ୍ୟବସାୟ ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe