ସୀମାରେ ପ୍ରଚୁର ଅସ୍ତ୍ରଶସ୍ତ୍ର ଠୁଳ କରୁଛନ୍ତି ଚୀନ୍ : ଭାରତ

ସୀମାରେ ପ୍ରଚୁର ଅସ୍ତ୍ରଶସ୍ତ୍ର ଠୁଳ କରୁଛନ୍ତି ଚୀନ୍ : ଭାରତ

The Indian Express

ନୂଆଦିଲ୍ଲୀ : ଦୀର୍ଘ ୨୫ ଦିନ ଧରି ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିବା ନାଁ ନେଉନାହିଁ। ଦୁଇ ଦେଶ ଏବେ ଲଦାଖ ନିକଟରେ ସେମାନଙ୍କ ସେନାଘାଟିରେ ପ୍ରଚୁର ମାତ୍ରାରେ ଗୁଳିଗୋଳା, ଯୁଦ୍ଧ ଯାନ ଠୁଳ କରୁଥିବା ଜଣାଯାଇଛି। ପୂର୍ବ ଲଦାଖ ନିକଟରେ ଦୁଇ ଦେଶ ସେମାନଙ୍କ ପଶ୍ଚାଦଭାଗରେ ଥିବା ସେନା ଘାଟି ଗୁଡ଼ିକରେ ଏହି କାର୍ଯ୍ୟ ଚଳାଇଛନ୍ତି ବୋଲି ସାମରିକ ସୂତ୍ରରୁ ଏହା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଲଦାଖ ନିକଟରେ ଚୀନ ଓ ଭାରତର ସୈନିକମାନେ ଏକାଧିକ ଥର ମୁହାଁମୁହିଁ ହେଲେଣି। ଏହି ଖବର ପ୍ରସାର ହେବା ପରେ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦୁଇ ଦେଶ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଭାରତ ବିରୋଧରେ ଚୀନ୍ ମଧ୍ୟ ନରମ ମନୋଭାବ ପୋଷଣ କରିଥିଲା। ଚୀନର ରାଷ୍ଟ୍ରଦୂତ ଭାରତ ସହିତ ସମ୍ପର୍କ ଭଲ ଅଛି ବୋଲି କହିଥିଲେ। କିନ୍ତୁ କୂଟନୀତିଜ୍ଞମାନେ ଚୀନର ଏଭଳି ଆଭିମୁଖ୍ୟର ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe