Indian citizens being sent to Bangladesh at gunpoint: Owaisi alleges Photograph: (sambad.in)
ନୂଆଦିଲ୍ଲୀ: ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଅଭିଯୋଗ କରିଛନ୍ତି ଯେ, ପୁଲିସ ଦେଶବ୍ୟାପୀ ବଙ୍ଗଳା ଭାଷାଭାଷୀ ମୁସଲିମ ନାଗରିକଙ୍କୁ ବେଆଇନ ଭାବରେ ଗିରଫ କରୁଛି ଏବଂ ସେମାନଙ୍କୁ ବାଂଲାଦେଶୀ କହି ଦେଶରୁ ବାହାର କରୁଛି। ଏଆଇଏମଆଇଏମ ସାଂସଦ ବିଜେପିର କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସରକାର ଦେଶର ଗରିବ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି। କିନ୍ତୁ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇ କାର୍ଯ୍ୟ କରୁଛି ବୋଲି କେବଳ ଅଭିନୟ କରୁଛି।
ଓୱାଇସି ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ, ଭାରତର ଅନେକ ସ୍ଥାନରେ ପୁଲିସ ବଙ୍ଗଳା ଭାଷାଭାଷୀ ମୁସଲିମ ନାଗରିକଙ୍କୁ ଅବୈଧ ପ୍ରବାସୀ ବୋଲି ଅଭିଯୋଗ କରି ଅଟକ ରଖୁଛି। ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶ ଗରିବ ଲୋକ। ସେମାନେ ବସ୍ତି ବାସିନ୍ଦା,ସଫେଇ କର୍ମଚାରୀ,ଅଳିଆ ଉଠାଉଥିବା ଲୋକ। ପୁଲିସ ଏହି ଲୋକମାନଙ୍କୁ ଟାର୍ଗେଟ କରୁଛି କାରଣ ସେମାନେ ଗରିବ ଏବଂ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିପାରିବେ ନାହିଁ। ସେ କହିଛନ୍ତି, ଏପରି ରିପୋର୍ଟ ଅଛି ଯେ, ଭାରତୀୟ ନାଗରିକଙ୍କୁ ବନ୍ଧୁକ ମୁନରେ ବାଂଲାଦେଶକୁ ଠେଲି ଦିଆଯାଉଛି।
ଅଧିକ ପଢ଼ନ୍ତୁ: ନାସାର ୩,୮୭୦ କର୍ମଚାରୀ ଚାକିରି ଛାଡ଼ିବେ: ଟ୍ରମ୍ପ୍ ପ୍ରଶାସନ ଯୋଗୁ ଇସ୍ତଫା ଦେବାକୁ ବାଧ୍ୟ
ଓୱାଇସି ଗୁରୁଗ୍ରାମ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶର ଏକ କପି ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି। ଏଥିରେ କୁହାଯାଇଛି ଯେ, ସରକାର ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟାମାନଙ୍କୁ ଦେଶାନ୍ତର କରିବା ପାଇଁ ଏସଓପି ଲାଗୁ କରିଛନ୍ତି। ଓୱାଇସି କହିଛନ୍ତି, ପୁଲିସର କେବଳ ଏକ ନିର୍ଦ୍ଦିଷ୍ଟ ଭାଷା କହିବା କାରଣରୁ ଲୋକଙ୍କୁ ଗିରଫ କରିବାର ଅଧିକାର ନାହିଁ।
ପୁଣେ ପୁଲିସ ପେଠ ଅଞ୍ଚଳରେ ପାଞ୍ଚ ଜଣ ବାଂଲାଦେଶୀ ମହିଳାଙ୍କୁ ଗିରଫ କରିବା ପରେ ଓୱେସିଙ୍କ ବୟାନ ଆସିଛି। ପୁଲିସର କହିବା ଅନୁଯାୟୀ, ଏହି ମହିଳାମାନେ ବୈଧ କାଗଜପତ୍ର ବିନା ଭାରତରେ ରହୁଥିଲେ ଏବଂ ନକଲି ପରିଚୟପତ୍ର ବ୍ୟବହାର କରୁଥିଲେ। ତଦନ୍ତ ସମୟରେ ପୁଲିସ ଜାଣିପାରିଲା ଯେ,ଏହି ମହିଳାମାନେ ବାଂଲାଦେଶରୁ ଅବୈଧ ଭାବରେ ଭାରତ ଆସିଥିଲେ ଏବଂ ବେଶ୍ୟାବୃତ୍ତିରେ ଲିପ୍ତ ଥିଲେ। ଏନେଇ ପୁଲିସ ମାନବ ଚାଲାଣର ଏକ ମାମଲା ରୁଜୁ କରିଛି।
ସରକାର ଆସାମରେ ଅବୈଧ ଜବରଦଖଲ ବିରୁଦ୍ଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇଛି। ଆସାମ ସରକାରଙ୍କ ମନ୍ତ୍ରୀ ଅତୁଲ ବୋରା କହିଛନ୍ତି, ଆଦିବାସୀ ଅଞ୍ଚଳକୁ ସନ୍ଦିଗ୍ଧ ଲୋକଙ୍କଠାରୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସରକାର ଜବରଦଖଲ ହଟାଇବା ପାଇଁ କାମ କରୁଛନ୍ତି। ଆସାମର ବିଜେପି ସରକାର ମଙ୍ଗଳବାର ଦିନ ପୁନରାବୃତ୍ତି କରିଛି ଯେ ସମସ୍ତ ଅବୈଧ ଜବରଦଖଲ ଜମି ଖାଲି ନହେବା ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ଜାରି ରହିବ।
ଅଧିକ ପଢ଼ନ୍ତୁ: ସେପ୍ଚେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ଏସିଆ କପ୍
asaduddin-owaisi | AIMIM | BJP | Bangladeshi infiltrators
Follow Us