ଦୁବାଇ ମଞ୍ଚରେ ଟଳି ପଡ଼ିଲେ ଭାରତୀୟ କମେଡିୟାନ୍‌

Advertisment

ଦୁବାଇ: ଦୁବାଇରେ ହଜାର ହଜାର ଦର୍ଶକଙ୍କ ସାମ୍ନାରେ ପ୍ରଦର୍ଶନ କରିବା ବେଳେ ଅତ୍ୟଧିକ ଉଦ୍‌ବେଗ କାରଣରୁ ମଞ୍ଚ ଉପରେ ଜଣେ ଭାରତୀୟ ବଂଶୋଦ୍ଭବ ଷ୍ଟାଣ୍ଡ୍‌-ଅପ୍‌ କମେଡିୟାନ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ମଞ୍ଚରେ କମେଡି କାର୍ଯ୍ୟକ୍ରମ କରୁଥିବା ସମୟରେ ହାସ୍ୟ ଅଭିନେତା ମଞ୍ଜୁନାଥ ନାଇଡୁ (୩୬)ଙ୍କୁ ହୃଦ୍‌ଘାତ ହୋଇଥିଲା। ଛାତିରେ ଯନ୍ତ୍ରଣା ଯୋଗୁଁ ସେ ଷ୍ଟେଜ୍‌ରେ ଥିବା ଏକ ବେଞ୍ଚ୍‌ରେ ବସିଯିବା ପରେ ଚଟାଣରେ ପଡ଼ିଯାଇଥିଲେ। କିନ୍ତୁ ଉପସ୍ଥିତ ଦର୍ଶକ ଏହାକୁ ଅଭିନୟ ବୋଲି ଧରି ନେଇଥିଲେ। ନାଇଡୁଙ୍କ ଜନ୍ମସ୍ଥାନ ଆବୁ ଧାବିରେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଦୁବାଇ ଯାଇ ସେଠାରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe