ଆମେରିକାରେ ଭାରତୀୟ ସମ୍ପ୍ରଦାୟ ପାଳୁଛନ୍ତି ରାମ ମନ୍ଦିର ଭୂମି ପୂଜନ ଉତ୍ସବ

Advertisment
ଆମେରିକାରେ ଭାରତୀୟ ସମ୍ପ୍ରଦାୟ ପାଳୁଛନ୍ତି ରାମ ମନ୍ଦିର ଭୂମି ପୂଜନ ଉତ୍ସବ

Image Courtesy of Hindustan Tiems

ୱାସିଂଟନ୍: ରାମ ମନ୍ଦିର ନିର୍ମାଣ ଭୂମି ପୂଜନ ନିମନ୍ତେ କେବଳ ଭାରତରେ ନୁହେଁ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି। ଭୂମି ପୂଜନ ଅନୁଷ୍ଠାନ ପାଳିବାକୁ ୱାସିଂଟନ୍ ଡିସି ଠାରେ ଥିବା ଭାରତୀୟ ସମ୍ପ୍ରଦାୟ କ୍ୟାପିଟଲ୍ ହିଲ୍ ବାହାରେ ସମବେତ ହୋଇଥିଲେ।

ସେମାନଙ୍କ ମଧ୍ୟ‌ରୁ କେତେକ ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିଥିବା ବେଳେ ଅନ୍ୟ କେତେକ ଗୈରିକ ବସ୍ତ୍ର ପିନ୍ଧି ଗୈରିକ ବାନା ଉଡ଼ାଇ ‘ଜୟ ଶ୍ରୀରାମ’ ଧ୍ବନି ଉଚ୍ଚାରଣ କରିଛନ୍ତି।

publive-image Image Courtesy of ANI

ୟୁଏସ୍ କ୍ୟାପିଟଲ୍ ହିଲ୍‌ ଏବଂ ହ୍ବାଇଟ୍‌ ହାଉସ୍‌ ମଧ୍ୟରେ ବୁଲା ଯାଇଥିବା ‘ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରଜ୍ଞାପନ’ ମେଢ଼ ଥିଲା ଏହି ଉତ୍ସବ ପାଳନର ଆକର୍ଷଣ। ଐତିହାସିକ ମନ୍ଦିର ନିର୍ମାଣ ଅବସରରେ ଆୟୋଜକମାନେ ଏହି ଉତ୍ସବ ପାଳୁଛନ୍ତି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ପ୍ରଭୁ ରାମ ଓ ଅଯୋଧ୍ୟାର ରାମ ମନ୍ଦିରର ଥ୍ରିଡି ଚିତ୍ର ଆଜି ସକାଳ ୧୦ଟାରେ (ସ୍ଥାନୀୟ ସମୟ) ଟାଇମ୍ସ ସ୍କୋୟାର୍‌ର ବିଶାଳ ପ୍ରଦର୍ଶନ ବୋର୍ଡରେ ଉଦ୍‌ଭାସିତ କରାଯିବ। ଏହି ଐତିହାସିକ ଘଟଣାକୁ ପାଳନ କରିବାକୁ କାଲିଫର୍ଣ୍ଣିଆ, ୱାସିଂଟନ୍, ଟେକ୍ସାସ୍ ଏବଂ ଫ୍ଲୋରିଡା ଆଦି ଯୁକ୍ତରାଷ୍ଟ୍ର ଆମେରିକୀୟ ପ୍ରଦେଶରେ ଥିବା ମନ୍ଦିରମାନଙ୍କରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe