ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ଜବାବ ପାକିସ୍ତାନକୁ ମିଳିବା ପରେ ସାରା ଭାରତବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ୪୦ଜଣ ସହିଦ୍ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ଭାରତୀୟ ବାୟୁସେନା ୩୦୦ଆତଙ୍କବାଦୀଙ୍କୁ ନିହତ କରି ନେଇଥିଲା । ଭାରତୀୟ ବାୟୁସେନାର ପରାକ୍ରମ ପରେ ସାରା ଭାରତ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଭାରତରେ ଥିବା ବିଭିନ୍ନ ଘରୋଇ କମ୍ପାନି ଏହାର ଫାଇଦା ଉଠାଉଥିବା ଦେଖା ଯାଇଥିଲା ।
ନିଜ ନିଜର ଉତ୍ପାଦ ଉପରେ ୨୦ପ୍ରତିଶତ ବା ୧୦ପ୍ରତିଶତ ରିହାତି ରଖି କମ୍ପାନିମାନେ ନିଜ ନିଜର ଉତ୍ପାଦ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି । ନିଜ ବିକ୍ରି ବଢ଼ାଇବା ପାଇଁ କମ୍ପାନି ଏୟାର ଷ୍ଟ୍ରାଇକ୍ର ସାହାଯ୍ୟ ନେଇଥିବାରୁ ତାଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି । ଲୋକେ ସୋସିଆଲ ମିଡିଆରେ କମ୍ପାନିର ବିଜ୍ଞାପନର ଫଟୋ ସେୟାର କରି ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି ।
ଏୟାର ଷ୍ଟ୍ରାଇକ୍ର ଖୁସିକୁ ପାଳନ କରିବା ପାଇଁ କମ୍ପାନିମାନେ କୁପନ କୋଡ୍ର ନାଁ FPAKAGAIN ରଖିଥିବା ଦେଖାଯାଇଥିଲା । ଲୋକମାନଙ୍କ ପାଖକୁ କମ୍ପାନି ତରଫରୁ ଆସୁଥିବା ଅଫର ଦେଖି ସେମାନେ ବିରକ୍ତି ପ୍ରକାଶ କରିବା ସହ ନିଜର ଫାଇଦା ପାଇଁ ସେମାନେ କିଭଳି ଏୟାର ଷ୍ଟ୍ରାଇକ୍ର ଫାଇଦା ଉଠାଉଛନ୍ତି, ତାହା ସାମ୍ନାକୁ ଆଣିଛନ୍ତି । କିଛି କମ୍ପାନିର କୁପନ କୋଡ୍ର ନାଁ URI2PULWAMA ରଖାଯାଇଥିବା ବେଳେ କିଛି କୁପନ କୋଡ୍ ନାଁ INDIANAIRFORCE ରଖାଯାଇଥିବା ଦେଖା ଯାଇଛି ।
Follow Us