କୋଭିଡ୍ ଟିକାର ଦ୍ବାର ପାଲଟିବ ଭାରତୀୟ କମ୍ପାନି

Advertisment
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବି ଟାଳିଦେଲେ : ଦିନକୁ ୧୫ ହଜାର କହିଥିଲେ, ୫ ହଜାର ଟେଷ୍ଟ ହେଉନି

Romania Insider

ପୁଣେ: ମହାମାରୀ କୋଭିଡ୍–୧୯ର ଶହେରୁ ଅଧିକ ଟିକା ପାଇଁ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ବେଳେ ୮ଟି ଟିକାର ନୈଦାନିକ ପରୀକ୍ଷଣ ମଧ୍ୟ ଚାଲୁ ରହିଛି। ଏପରିକି କିଛି ରାଷ୍ଟ୍ର ଓ ଔଷଧ କମ୍ପାନି ସେମାନଙ୍କ ଟିକାକୁ ଗଣବ୍ୟବହାର ପାଇଁ କେବେ ଉପଲବ୍ଧ କରାଇବେ ତାହାର ସମ୍ଭାବ୍ୟ ତାରିଖ ଘୋଷଣା କରିସାରିଲେଣି। ତେବେ ଆଗାମୀ ଦିନରେ କେହି ଯେବେ ବି କୌଣସି କୋଭିଡ୍-୧୯ ଟିକାର ଆବଶ୍ୟକତା ଅନୁଭବ କରେ, ତେବେ ତାହାକୁ ପୁଣେ ସ୍ଥିତ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ପ୍ରଥମେ ଭେଟିବାକୁ ପଡି଼ବ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ରୋଗ ପାଇଁ ବିଶ୍ବର ସର୍ବାଧିକ(ପରିମାଣ ଅନୁଯାୟୀ) ଟିକା ପ୍ରସ୍ତୁତକର୍ତ୍ତା ଏହି କମ୍ପାନି ସମ୍ପ୍ରତି ଏକାଧିକ କୋଭିଡ୍-୧୯ ଟିକା ପ୍ରସ୍ତୁତିରେ ସହଯୋଗ କରୁଥିବାରୁ ତାହା ହିଁ କୋଭିଡ୍ ଟିକାର ଦ୍ବାର ପାଲଟିବ ବୋଲି ଆଲୋଚନା ହେଉଛି।

ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ବିଭିନ୍ନ ରୋଗର ଟିକା ପାଇଁ ଆନ୍ତର୍ଜାତିକ ଔଷଧ କମ୍ପାନିଗୁଡି଼କ ଚର୍ଚ୍ଚାରେ ରହୁଥିବା ବେଳେ ବିଶ୍ବ ସ୍ତରରେ ବିକ୍ରି ହେଉଥିବା ବିଭିନ୍ନ ଟିକାର ୬୦ରୁ ୭୬ ପ୍ରତିଶତ ପ୍ରସ୍ତୁତି ଭାରତରେ ହିଁ ହୋଇଆସିଛି। ଏଥିରେ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦର ପୁନାୱାଲା କହିଛନ୍ତି। ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ମାସକୁ ୪ରୁ ୫ ନିୟୁତ ସଂଖ୍ୟକ ଏହି ଟିକା ଛାଡି଼ବା ଲାଗି ପ୍ରସ୍ତୁତ ବୋଲି ସେ ସୂଚନା ଦେଇଛନ୍ତିା ଆଗାମୀ ଦୁଇ ତିନି ବର୍ଷ ଭିତରେ କମ୍ପାନି ବର୍ଷକୁ ୭୦ରୁ ୮୦ କୋଟି କୋଭିଡ୍ ଟିକା ପ୍ରସ୍ତୁତ କରିବାରେ ସକ୍ଷମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe