ଜାତିସଂଘ ଉପଦେଷ୍ଟା କମିଟିକୁ ନିର୍ବାଚିତ ହେଲେ ଭାରତୀୟ କୂଟନୀତିଜ୍ଞ ବିଦିଶା ମୈତ୍ର

ଜାତିସଂଘ ଉପଦେଷ୍ଟା କମିଟିକୁ ନିର୍ବାଚିତ ହେଲେ ଭାରତୀୟ କୂଟନୀତିଜ୍ଞ ବିଦିଶା ମୈତ୍ର

Image Courtesy of NDTV

ଜାତିସଂଘ: ‘ୟୁନାଇଡେଟ୍‌ ନେସନ୍‌ସ୍‌ କମିଟି ଅନ୍‌ ଆଡ୍‌ମିନିଷ୍ଟ୍ରାଟିଭ୍ ଆଣ୍ଡ୍‌ ‌ବଜେଟାରି କ୍ବୋଶ୍ଚିନ୍‌ସ୍’କୁ (ଏସିଏବିକ୍ୟୁ) ଭାରତୀୟ କୂଟନୀତିଜ୍ଞା ବିଦିଶା ମୈତ୍ର ନିର୍ବାଚିତ ହୋଇଛନ୍ତି। ଏସିଆ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଗୋଷ୍ଠୀରେ ମୈତ୍ର ୧୨୬ ଖଣ୍ଡ ଭୋଟ୍‌ ପାଇଛନ୍ତି।

୧୯୩ ସଦସ୍ୟବିଶିଷ୍ଟ ‘ଜେନେରାଲ୍‌ ଆସେମ୍ବ୍‌ଲି ‘ଉପଦେଷ୍ଟା କମିଟି’ର ସଦସ୍ୟମାନଙ୍କୁ ନିଯୁକ୍ତି ଦିଏ। ‌ଭୌଗୋଳିକ ଉପସ୍ଥାପନ, ବ୍ୟକ୍ତିଗତ ଶିକ୍ଷା ଏବଂ ଅଭିଜ୍ଞତାଭିତ୍ତିରେ ସଦସ୍ୟମାନଙ୍କୁ ମନୋନୀତ କରାଯାଏ।

ଏସିଆ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଗୋଷ୍ଠୀରୁ ମନୋନୀତ ହୋଇଥିବା ଦୁଇ ପ୍ରାର୍ଥୀ ହେଲେ ଭାରତର ବିଦିଶା ମୈତ୍ର ଏବଂ ଇରାକ୍‌ର ଅଲି ମହମ୍ମଦ ଫାଏକ୍‌ ଅଲ୍‌-ଦାବାଗ୍। ଏହି ନିର୍ବାଚନରେ ଅଲି ମହମ୍ମଦ୍ ୬୪ଖଣ୍ଡ ଭୋଟ୍‌ ପାଇଛନ୍ତି।

publive-image Image Courtesy of Udayavani

‘ଜେନେରାଲ୍‌ ଆସେମ୍ବ୍‌ଲି’ର ପଞ୍ଚମ କମିଟି ମୈତ୍ରଙ୍କୁ ତିନିବର୍ଷ ପାଇଁ ‘ଆସେମ୍ବ୍‌ଲି’କୁ ସୁପାରିସ କରିଛନ୍ତି। ୨୦୨୧, ଜାନୁଆରି ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।

ଜାତିସଂଘକୁ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଶୁକ୍ରବାର ଦିନ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନଙ୍କ ବଳିଷ୍ଠ ସମର୍ଥନ ପାଇ ମୈତ୍ର ‘ୟୁଏନ୍‌ ଏସିଏବିକ୍ୟୁ’କୁ ନିର୍ବାଚିତ ହୋଇଛନ୍ତି।

ଏହି ଗୁରୁତ୍ବପୂର୍ଣ୍ଣ ନିର୍ବାଚନରେ ଭାରତକୁ ସମର୍ଥନ କରିଥିବା ଏବଂ ଆମ ପ୍ରାର୍ଥୀଙ୍କ ଉପରେ ଭରସା କରିଥିବା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଶ୍ରୀଯୁକ୍ତ ତିରୁମୂର୍ତ୍ତି କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe