ପାକିସ୍ତାନରେ ଭାରତୀୟ କୂଟନୀତିଜ୍ଞଙ୍କୁ ବାରମ୍ବାର ହଇରାଣ କରାଯାଉଛି

Advertisment
ପାକିସ୍ତାନରେ ଭାରତୀୟ କୂଟନୀତିଜ୍ଞଙ୍କୁ ବାରମ୍ବାର ହଇରାଣ କରାଯାଉଛି

Image source: Hindustan Times

ନୂଆଦିଲ୍ଲୀ: ଗୋଟିଏ ମାସ ଭିତରେ ପାକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ହଇରାଣ କରାଯାଇଥିବା ପ୍ରାୟ ଛଅଟି ମାମଲା ଲୋକ ଲୋଚନକୁ ଆସିଛି। ଜୁନ୍‌ ପହିଲା ଦିନ ପାକିସ୍ତାନରେ ଭାରତୀୟ ହାଇକମିସନ୍‌ ଦ୍ୱାରା ଆୟୋଜିତ ଇଫ୍‌ତାର ପାର୍ଟିରେ ଅତିଥିମାନଙ୍କୁ ହଇରାଣ କରଯିବା ଘଟଣାର ପରେ ପରେ ଏ ସବୁ ଘଟିଛି।

ଏଇ ଘଟଣା ଭିତରୁ ଗୋଟିଏ ହେଲା, ଜୁନ୍‌ ୧୩ ତାରିଖ ଦିନ ନାଥିଆ ଗାଲି ଗସ୍ତରେ ଯାଉଥିବା ଭାରତୀୟ ହାଇକମିସନର୍‌ ଅଜୟ ବିସାରିଆଙ୍କ କାରକୁ ଖୁବ୍‌ ଜୋର୍‌ରେ ଅନୁସରଣ କରାଯାଇଥିଲା। ପାକିସ୍ତାନର ଖାଇବର୍‌ ପାଖତୁନଖାଓ୍ଵା ପ୍ରଦେଶରେ ଅବସ୍ଥିତ ନାଥିଆ ଗାଲି ହେଉଛି ଏକ ଶୈଳନିବାସ। ଏ ସଂକ୍ରାନ୍ତରେ ଭାରତ ଜୁନ୍‌ ୨୦ ତାରିଖ ଦିନ ପାକିସ୍ତାନକୁ ନୋଟ୍‌ ଭର୍ବେଲ୍‌ ପଠାଇଥିଲା।

publive-image Image Source: Pakistan Today

ଜୁନ୍‌ ପହିଲା ଘଟଣାକୁ ମଧ୍ୟ ନୂଆଦିଲ୍ଲୀ ଦୃଢ଼ ପ୍ରତିବାଦ କରିଥିଲା। ଇସ୍‌ଲାମାବାଦର ହୋଟେଲ୍‌ରେ ଭାରତୀୟ ହାଇ କମିସନ ଆୟୋଜନ କରିଥିବା ଇଫ୍‌ତାର ପାର୍ଟିକୁ ଆମନ୍ତ୍ରିତ ଅତିଥିମାନଙ୍କୁ ହଇରାଣ କରାଯିବା ଘଟଣାକୁ ‘ଅଶୋଭନୀୟ’ କହି ଏହାର ତଦନ୍ତ କରିବାକୁ ଭାରତ ପାକିସ୍ତାନ ସରକାରଙ୍କୁ କହିଥିଲା।

ଡିସେମ୍ବର ୨୦୧୮ ଠାରୁ ଭାରତୀୟ କୂଟନୀତିଜ୍ଞମାନଙ୍କୁ ହଇରାଣ କରାଯିବା ଧାରାବାହିକ ଘଟଣା ହୋଇଗଲାଣି। ନୂଆଦିଲ୍ଲୀରୁ ବାରମ୍ବାର ନୋଟ୍‌ ଭର୍ବେଲ୍‌ ପଠାଯିବା ପରେ ମଧ୍ୟ ଇସ୍‌ଲାମାବାଦ ତା’ର ଆଚରଣ ପରିବର୍ତ୍ତନ କରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe