Image Courtesy of India Today
କୋଲ୍କାତା: ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ନ ନିଆଯିବା ପର୍ଯ୍ୟନ୍ତ କିବ୍ ଛାଡ଼ି ଯିବେ ନାହିଁ ବୋଲି ୟୁକ୍ରେନ୍ରେ ଥିବା ଡାକ୍ତର ତଥା ଶିକ୍ଷାର୍ଥୀ ପରାମର୍ଶଦାତା ଡାକ୍ତର ପୃଥ୍ବୀରାଜ ଘୋଷ କହିଛନ୍ତି।
ତାଙ୍କ ଭାଷାରେ, ମୁଁ କିବ୍ରେ ଫସି ଯାଇନି, ସ୍ବଇଚ୍ଛାରେ ଏଇଠି ରହିଛି। ୟୁକ୍ରେନ୍ରୁ ମୁଁ ପ୍ରାୟ ୩୫୦ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତରଣ କରାଇଛି। ସେମାନେ କିବ୍ରେ ମୋର ଛାତ୍ରଛାତ୍ରୀ ଥିଲେ। ଛାଡ଼ି ଚାଲିଯାଇଥିବା ଅନ୍ୟ ସମନ୍ବୟ ରକ୍ଷାକାରୀମାନେ ମତେ କହିଛନ୍ତି କି, ୟୁକ୍ରେନ୍ର କେତେକ ଅଞ୍ଚଳରେ ବିଷେଶକରି ସୁମିରେ ଫସି ରହିଥିବା ଆହୁରି କିଛି ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରନ୍ତୁ।
ଡାକ୍ତର ଘୋଷଙ୍କ କହିବା ଅନୁସାରେ, ଦେଶର ସାଧାରଣ ଜନତାଙ୍କ ପାଇଁ ଅସ୍ତ୍ରବିରତି ଘୋଷିତ ହୋଇଥିଲା ସ୍ବତନ୍ତ୍ର ଭାବେ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ। ଖାର୍କିଭ୍ରୁ ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଚାଲିଯିବାରେ ସମର୍ଥ ହୋଇଛନ୍ତି।
Image Courtesy of National Heraldଡାକ୍ତର ଘୋଷଙ୍କ ଏତାଦୃଶ ସିଦ୍ଧାନ୍ତ ପାଇଁ ତାଙ୍କର ପିତାମାତା ଯେତିକି ଗୌରବାନ୍ବିତ ମନେକରୁଛନ୍ତି, ସେତିକି ଆତଙ୍କିତ ହେଉଛନ୍ତି। ପୁଅ ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କର ନିରାପଦ ପ୍ରତ୍ୟାବର୍ତ୍ତନ ନିମନ୍ତେ ଦୈନିକ ଦିଅଁଙ୍କୁ ଗୁହାରି କରୁଛନ୍ତ ବୋଲି ଡାକ୍ତର ଘୋଷଙ୍କ ମାଆ ବ୍ରତତୀ କହିଛନ୍ତି।
ପିତା ପ୍ରଦୀପ ଘୋଷ କହନ୍ତି, ତରୁଣ ଛାତ୍ରଛାତ୍ରୀମାନେ ପୃଥ୍ବୀକୁ ବଡ଼ଭାଇ ବୋଲି ବିଚାରନ୍ତି। ଛାତ୍ରଛାତ୍ରୀମାନଙ୍କର ସେଠାରେ ନିଜର ବୋଲି କେହି ନାହାନ୍ତି। ତେଣୁ, ପୃଥ୍ବୀକୁ ସେମାନେ ଅଭିଭାବକ ମାନ୍ୟତା ଦିଅନ୍ତି। ତେଣୁ, ସେ ଚାଲି ଆସିବ କେମିତି?
ତେଣେ, ଡାକ୍ତର ପୃଥ୍ବୀ କହୁଛନ୍ତି ଯେ, ସେ ତାଙ୍କର କର୍ତ୍ତବ୍ୟ ମାତ୍ର କରୁଛନ୍ତି।
Follow Us