ଭାରତୀୟ ଡାକ୍ତର ସଂଘର ଚେତାବନୀ:‘ଶୀଘ୍ର ବୁଷ୍ଟର ନିଅନ୍ତୁ’

ଭାରତୀୟ ଡାକ୍ତର ସଂଘର ଚେତାବନୀ:‘ଶୀଘ୍ର ବୁଷ୍ଟର ନିଅନ୍ତୁ’

DNA India

ନୂଆଦିଲ୍ଲୀ: ତୁରନ୍ତ ପୁରୁଣା କୋଭିଡ୍ ନିୟମାବଳି ପାଳନ ଆରମ୍ଭ କରିବାକୁ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍‌ଏ) ଜନତାଙ୍କୁ ନିବେଦନ କରିଛି। ଏକ ଉପଦେଶନାମାରେ ସଂଘ କହିଛି, କେତେକ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ କୋଭିଡ୍‌-୧୯ର ପ୍ରଥମ ଓ ଦ୍ବିତୀୟ ଲହରରେ ଆମେ ଯେଉଁସବୁ ନିୟମାବଳି ପାଳନ କରୁଥିଲୁ ତତ୍କାଳ ତାହା ପୁନଶ୍ଚ ପାଳନ ଆରମ୍ଭ କରିବାର ଆବଶ୍ୟକତା ଦେଖାଦେଇଛି। ଏଣୁ ଜନଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ନିୟମିତଭାବେ ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶାବଳିରେ ସଂଘ ପରାମର୍ଶ ଦେଇଛି।

ବିବାହ, ବ୍ରତ, ସାମାଜିକ ବା ରାଜ‌ନୈତିକ ସଭା, ବିଦେଶ ଯାତ୍ରା ଆଦିଠାରୁ ଯଥାସମ୍ଭବ ଦୂରରେ ରହିବାକୁ ଆଇଏମ୍‌ଏ ପରାମର୍ଶ ଦେଇଛି। ଯଦି କାହାର ଜ୍ବର, ତଣ୍ଟି ଦରଜ, କାଶ ବା ତରଳ ଝାଡ଼ା ଆଦି ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ନାହାନ୍ତି ସେମାନେ ତୁରନ୍ତ ଏହା ନେବା ପାଇଁ ସଂଘ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ଭିତରେ ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ବ୍ରାଜିଲରେ ମୋଟ ୫.୩୭ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭାରତରେ ୧୪୫ଟି ନୂଆ ମାମଲା ଦୃଷ୍ଟିଗୋଚର ହୋଇଛି। ଚୀନ୍‌ରେ ସମ୍ପ୍ରତି ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟର ୪ଟି ମାମଲା ଭାରତରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଆଜି ପାର୍ଲାମେଣ୍ଟରେ ସମସ୍ତଙ୍କୁ କୋଭିଡ୍ ନିୟମାବଳି ପାଳନ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe