Image Source: Telengana Today
ବେଜିଙ୍ଗ୍: ଚୀନ୍ରେ କରୋନାଭାଇରସ୍ ବ୍ୟାପୁଥିବାରୁ ବେଜିଙ୍ଗ୍ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ନାହିଁ ବୋଲି ଶୁକ୍ରବାର ଦିନ ଭାରତୀୟ ଦୂତାବାସ ଘୋଷଣା କରିଛି।
ବେଜିଙ୍ଗ୍ସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛି ଯେ ଜାନୁଆରି ୨୬ ହେବାକୁ ଥିବା ଉତ୍ସବ ପାଳନ ବାତିଲ କରାଗଲା।
ଟୁଇଟ୍ କରି ଭାରତୀୟ ଦୂତାବାସ କହିଛି: ଚୀନ୍ରେ କରୋନାଭାଇରସ୍ଜନିତ ପରିସ୍ଥିତି ଏବଂ ଚୀନ୍ କର୍ତ୍ତୃପକ୍ଷ ସର୍ବସାଧାରଣ ସମାବେଶ ଓ କାର୍ଯ୍ୟକ୍ରମ ବାତିଲ କରିଥିବା କାରଣରୁ ଜାନୁଆରି ୨୬ ତାରିଖରେ ବେଜିଙ୍ଗ୍ ଠାରେ ଆୟୋଜନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଉତ୍ସବ ବାତିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
କିନ୍ତୁ, ଗତକାଲି ଭାରତୀୟ ଦୂତାବାସ ସାଧାରଣତନ୍ତ୍ର ଦିବସ ଭୋଜି ଆୟୋଜନ କରିଥିଲା। ଏଥିରେ ଚୀନ୍ର ସରକାରୀ ଅଧିକାରୀ ଏବଂ ବେଜିଙ୍ଗ୍ର କୂଟନୈତିକ ସମ୍ପ୍ରଦାୟ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ହୋଇଥିଲେ ଉପବୈଦେଶିକ ମନ୍ତ୍ରୀ ଓ ଭାରତ ପାଇଁ ଚୀନ୍ର ପୂର୍ବତନ ରାଷ୍ଟ୍ରଦୂତ ଲୁଓ ଝାଓହୁଇ।
Image Source: India Todayଏ ସଂକ୍ରାନ୍ତରେ ଅନୁସନ୍ଧାନ ଲାଗି ଚୀନ୍ରେ ବସବାସ କରୁଥିବା ଭାରତୀୟ ଏବଂ ଭାରତରେ ଥିବା ସେମାନଙ୍କର ଆତ୍ମୀୟମାନଙ୍କ ପାଇଁ ଦୂତାବାସ ଦୁଇଟି ହଟ୍ଲାଇନ୍ ଖୋଲିଛି: +8618612083629 & +8618612083617
ଚୀନ୍ରେ କରୋନାଭାଇରସ୍ରେ ଆକ୍ରାନ୍ତ ହୋଇଥିବା ୨୫ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୮୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଠାରେ ଏହା ସଂକ୍ରମିତ ହୋଇଛି। ଏଥିପାଇଁ ଚୀନ୍ ଉହାନ୍ ସମତେ ଆଠଟି ସହରକୁ ବନ୍ଦ ରଖିଛି।
Follow Us