ୟୁକ୍ରେନ୍‌ରେ ଥିବା ଭାରତୀୟମାନଙ୍କ ସ୍ଥାନାନ୍ତରଣ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

Advertisment
ୟୁକ୍ରେନ୍‌ରେ ଥିବା ଭାରତୀୟମାନଙ୍କ ସ୍ଥାନାନ୍ତରଣ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

Image Courtesy of NDTV

ନୂଆଦିଲ୍ଲୀ: ଯୁଦ୍ଧବିକ୍ଷତ ୟୁକ୍ରେନ୍‌ରେ ଫସି ରହିଥିବା ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ବିକଳ୍ପ ମାର୍ଗ ପାଇଁ ଉଦ୍ୟମ କରୁଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ଆଜି ପ୍ରତ୍ୟୁଷରେ ରୁଷ୍ ଆକ୍ରମଣ କରିବାକ୍ଷଣି ୟୁକ୍ରେନ୍‌ ତା’ର ଆକାଶ ମାର୍ଗ ବନ୍ଦ କରିଦେବାରୁ ଭାରତୀୟମାନଙ୍କୁ ଆଣିବାକୁ ଯାଇଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ଫେରିଆସିଛି।

ମନ୍ତ୍ରାଳୟସୂତ୍ରରୁ ପ୍ରକାଶ ୟୁକ୍ରେନ୍‌ରେ ଭାରତୀୟମାନଙ୍କର, ବିଶେଷକରି ଶିକ୍ଷାର୍ଥୀମାନଙ୍କର ସୁରକ୍ଷା ଉପରେ ଧ୍ୟାନ ନିବେଶ କରାଯାଉଛି। ଏଥିପାଇଁ ବିକଳ୍ପ ଉପାୟ କରିବା ଲାଗି ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଚାଲିଛି। ନିର୍ଦ୍ଧାରିତ ଆକାଶମାର୍ଗ ବନ୍ଦ ହେବା ପରେ ବିକଳ୍ପ ମାର୍ଗ ସକ୍ରିୟ କରିବା ଲାଗି ଉଦ୍ୟମ ଚାଲିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର କଣ୍ଟ୍ରୋଲ୍‌ ରୁମ୍‌କୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି ଏବଂ ପରିସ୍ଥିତିର ମୁକାବିଲା ପାଇଁ ତାହାକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖାଯାଇଛି।

ଏହା ବ୍ୟତିରେକେ, ୟୁକ୍ରେନ୍‌ରେ ଅବସ୍ଥାନ କରୁଥିବା ଶିକ୍ଷାର୍ଥୀ ଏବଂ ଅନ୍ୟ ଭାରତୀୟ ନାଗରିକମାନଙ୍କ ପାଇଁ ଭାରତୀୟ ଦୂତାବାସ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରିଛି।

publive-image Image Courtesy of NDTV

ରୁଷ୍‌ ଟାର୍ଗେଟ୍‌ରେ କିଏଭ୍‌ ଥିବାରୁ ସତର୍କ କରାଇ ଭାରତୀୟ ଦୂତାବାସ କହିଛି ଯେ, କିଏଭ୍‌ର ପଶ୍ଚିମାଞ୍ଚଳ ସମେତେ କିଏଭ୍‌ ଯିବା ପାଇଁ ଯୋଜନା କରିଥିବା ବ୍ୟକ୍ତିମାନେ ସାମୟିକ ଭାବେ ଅବସ୍ଥାନ କରୁଥିବା ସହରକୁ ଫେରିଯାଆନ୍ତୁ। ବିଶେଷକରି, ସେମାନେ ଦେଶର ପଶ୍ଚିମ ସୀମାନ୍ତରେ ଥିବା ନିରାପଦ ସ୍ଥାନକୁ ଚାଲି ଯାଆନ୍ତୁ।

ମାର୍ଗଦର୍ଶିକାରେ ଭାରତୀୟ ଦୂତାବାସ ଆହୁରି ମଧ୍ୟ କହିଛି ଯେ, ୟୁକ୍ରେନ୍‌ରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଅନିର୍ଦ୍ଦିଷ୍ଟ। ସେ ଘର, ହଷ୍ଟେଲ୍‌, ଆଶ୍ରୟସ୍ଥଳ କି, ଯାତ୍ରାକାଳୀନ ରହଣୀସ୍ଥଳ ହେଉ, ଆପଣମାନେ ଯେଉଁଠି ଥାଆନ୍ତୁ ନା କାହିଁକି, ଅବିଚଳିତ  ଏବଂ ନିରାପଦରେ ରୁହନ୍ତୁ।

ପରେ ପରେ ଦୂତାବାସ ତରଫରୁ ସଦ୍ୟ ମାର୍ଗଦର୍ଶିକା ଜାରି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe