ଟୋକିଓ ବିମାନବନ୍ଦରରେ ୬ଦିନ ହେବ ପଡ଼ି ରହିଛି ଜଣେ ଭାରତୀୟଙ୍କ ଶବ, ଘରେ ଝିଅ ପଚାରି ଚାଲିଛି କେତେବେଳେ ଆସିବେ ବାପା

Advertisment
ଟୋକିଓ ବିମାନବନ୍ଦରରେ ୬ଦିନ ହେବ ପଡ଼ି ରହିଛି ଜଣେ ଭାରତୀୟଙ୍କ ଶବ, ଘରେ ଝିଅ ପଚାରି ଚାଲିଛି କେତେବେଳେ ଆସିବେ ବାପା

ନୂଆଦିଲ୍ଲୀ: ଭାରତର ଜଣେ ନାଗରିକଙ୍କ ମୃତଦେହ ଟୋକିଓ ଅର୍ନ୍ତଜାତୀୟ ବିମାନବନ୍ଦରରେ ଗତ ୬ଦିନ ହେବ ରଖାଯାଇଛି। ଅନେକ ଚେଷ୍ଟା କରିବା ସତ୍ତ୍ୱେ ବି ତାଙ୍କ ମୃତଦେହକୁ ଭାରତକୁ ଅଣାଯାଇ ପାରୁ ନାହିଁ। ଏହି ସମୟର ତାଙ୍କର ଚାରିବର୍ଷର ଝିଅ ବାପାକୁ ଦେଖିବାକୁ ଅଥୟ ହୋଇ ପଡ଼ିଛି। ବାରମ୍ବାର ପରିବାରଲୋକଙ୍କୁ ବାପା କେତେବେଳେ ଆସିବେ... କେତେବେଳେ .. ବୋଲି ପଚାରି ଚାଲିଛି।

ଉତ୍ତରପ୍ରଦେଶ କାନପୁରରେ ବସବାସ କରୁଥିବା ୩୭ବର୍ଷୀୟ ଇଞ୍ଜିନିୟର ବିଜୟ କୁମାର ପାଲଙ୍କ ନୂଆଦିଲ୍ଲୀରୁ ଆମେରିକା ଯାଉଥିବା ସମୟରେ ବିମାନରେ ହୃତଘାତ ହୋଇଥିଲା ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିଜୟ କୁମାର ଅମେରିକାର ସେନ୍‌ ଫ୍ରାନସିସ୍‌କୋରେ ଜିଇ ଅଏଲ୍‌ ଆଣ୍ଡ ଗ୍ୟାସ୍‌ କମ୍ପାନିର ବାର୍ଷିକ ବୈଠକରେ ଯୋଗ ଦେବାକୁ ଯାଉଥିଲେ। ମୃତକଙ୍କ ପରିବାରଲୋକ ବିଜୟ କୁମାରଙ୍କ ମୃତଦେହକୁ ଯଥା ଶୀଘ୍ର ଘରକୁ ଆଣିବାକୁ ଚେଷ୍ଟା କରୁଥିଲେ ହେଁ ଆଣି ପାରୁ ନାହାନ୍ତି। ମୃତ ବିଜୟ ପାଲଙ୍କ ଶବ ଗତ ୬ଦିନ ହେବ ଟୋକିଓ ବିମାନବନ୍ଦରରେ ରଖା ଯାଇଛି।

publive-image

ଏହାକୁ ନେଇ ବିମାନବନ୍ଦର ଅଧିକାରୀମାନେ କହୁଛନ୍ତି କି, ମୃତକଙ୍କ ନାଗରିକତା ଓ ତାଙ୍କର ମୃତ୍ୟୁର କାରଣଙ୍କୁ ନେଇ କିଛି କାଗଜପତ୍ର ଯୋଗାଡା କରାଯିବାର ଅଛି। ଯାହା ଏଯାବତ୍‌ ମିଳି ପାରି ନାହିଁ। ତେଣୁ ଶବକୁ ତାଙ୍କ ପରିବାରଲୋକଙ୍କ ପାଖରେ ପହଞ୍ଚାଇବାରେ ବିଳମ୍ବ ହେଉଛି। ଏନେଇ ବିଜୟଙ୍କ ପରିବାରଲୋକ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସାହାଯ୍ୟ ବି ଲୋଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe