ବିମାନରେ ସହଯାତ୍ରୀଙ୍କୁ ଅସଦାଚରଣ : ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ୯ ବର୍ଷ ଜେଲ୍‌ଦଣ୍ଡ

Advertisment
ବିମାନରେ ସହଯାତ୍ରୀଙ୍କୁ ଅସଦାଚରଣ : ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ୯ ବର୍ଷ ଜେଲ୍‌ଦଣ୍ଡ

ୱାସିଂଟନ୍‌ : ଭାରତର ଜଣେ ଇଞ୍ଜିନିୟର ଆମେରିକାରେ ଜଣେ ମହିଳାଙ୍କୁ ଏକ ବିମାନରେ ଅସଦାଚରଣ କରିବାରୁ ଜେଲ୍‌ଦଣ୍ଡ ଭୋଗିଛନ୍ତି। ତାମିଲନାଡ଼ୁର ଉକ୍ତ ଇଞ୍ଜିନିୟରଙ୍କ ନାମ ପ୍ରଭୁ ରାମମୂର୍ତ୍ତି। ସେ ଏଚ୍‌-୧ବି ଭିସାରେ ଗତ ୨୦୧୫ ମସିହାରେ ଆମେରିକା ଯାଇଥିଲେ। ତେବେ ଚଳିତ ବର୍ଷ ପ୍ରାରମ୍ଭରେ ସେ ଏକ ବିମାନ ଯାତ୍ରା ସମୟରେ ଜଣେ ସହଯାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ୩୫ ବର୍ଷୀୟ ରାମମୂର୍ତ୍ତିଙ୍କୁ ଏଥିପାଇଁ ବିଚାରପ୍ରକ୍ରିୟା ସାମ୍ନା କରିବାକୁ ପଡ଼ିଥିଲା। ଶେଷରେ ଆମେରିକାରେ ଗତ ଗୁରୁବାର ଦିନ ପ୍ରଭୁ ରାମମୂର୍ତ୍ତିଙ୍କୁ ୯ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଆମେରିକାର ଫେଡେରାଲ୍‌ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ଉକ୍ତ ଅଭିଯୁକ୍ତ ଇଞ୍ଜିନିୟରଙ୍କ ୯ ବର୍ଷ ଜେଲ୍‌ଦଣ୍ଡ ‌ଶେଷ ହେବାପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe