ଭାରତୀୟ ଦୂତମାନଙ୍କୁ ପାକିସ୍ତାନରେ ହଇରାଣ କରାଯାଉଛି; ଇସ୍‌ଲାମାବାଦକୁ ଜଣାଇଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

Advertisment
ଭାରତୀୟ ଦୂତମାନଙ୍କୁ ପାକିସ୍ତାନରେ ହଇରାଣ କରାଯାଉଛି; ଇସ୍‌ଲାମାବାଦକୁ ଜଣାଇଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ପାକିସ୍ତାନରେ ବାସ କରୁଥିବା ବହୁ ଭାରତୀୟ କୂଟନୀତିଜ୍ଞମାନଙ୍କୁ ହଇରାଣ କରାଯାଉଛି। ସେମାନଙ୍କୁ ନୂତନ ଗ୍ୟାସ୍‌ ସଂଯୋଗ ଦିଆ ଯାଉନାହିଁ। ସେମାନଙ୍କୁ ଭେଟିବାକୁ ଆସୁଥିବା ଅତିଥିମାନଙ୍କୁ ମଧ୍ୟ ହଇରାଣ କରାଯାଉଛି। କେତେକ ବରିଷ୍ଠ ଅଧିକାରୀଙ୍କ ଇଣ୍ଟର୍‌ନେଟ୍‌ ସଂଯୋଗ ମଧ୍ୟ ଅବରୋଧ କରାଯାଇଛି।

ଏ ପ୍ରସଙ୍ଗରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପାକିସ୍ତାନରେ ଥିବା ତା’ର ପ୍ରତିପକ୍ଷକୁ ଅବଗତ କରାଇଛି।

ଭାରତୀୟ ଦୂତମାନେ ପାକିସ୍ତାନରେ ହଇରାଣ ହେବା, ଏଇଟା ପ୍ରଥମ ଥର ନୁହେଁ। ହଇରାଣ ହେଉଥିବା କଥା ଏ ବର୍ଷ ମାର୍ଚ ମାସରେ ଭାରତୀୟ କୂଟନୀତିଜ୍ଞମାନେ ଅଭିଯୋଗ କରିଥିଲେ। ଦିଲ୍ଲୀରେ ପାକିସ୍ତାନୀ ରାଷ୍ଟ୍ରଦୂତମାନେ ବି ହଇରାଣ ହେଉଛନ୍ତି ବୋଲି ପାକିସ୍ତାନୀ ରାଷ୍ଟ୍ରଦୂତମାନେ ଅଭିଯୋଗ କରିଥିଲେ। ଗୋଟିଏ ସପ୍ତାହର ଉଚ୍ଚସ୍ତରୀୟ ଆଲୋଚନା ପରେ ମାର୍ଚ ୩୦ ତାରିଖ ଦିନ ଉଭୟ ପକ୍ଷ ରାଜି ହୋଇଥିଲେ ଯେ, ଭାରତ ଏବଂ ପାକିସ୍ତାନରେ ଥିବା ଦୂତମାନଙ୍କ ପ୍ରତି କି ଭଳି ଆଚରଣ କରାଯିବା ତାହା ୧୯୯୨ କୋଡ୍‌ ଅଫ୍‌ କଣ୍ଡକ୍ଟ୍‌ ଆଧାରରେ ପାରସ୍ପରିକ କଥାବାର୍ତ୍ତା ଜରିଆରେ ସମାଧାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe