ଭାରତୀୟ ହାଇ କମିଶନଙ୍କ ଇଫ୍‌ତାର ପାର୍ଟିରେ ପାକ୍ ଅଧିକାରୀଙ୍କ ଭାଣ୍ଡାମି; ବିଶ୍ୱ କୂଟନୈତିକ ଗୋଷ୍ଠୀ ପାକିସ୍ତାନକୁ ଚେତାବନୀ ଶୁଣାଇଲେ ସୁଧୁରି ଯାଅ ଏବେ ବି ସମୟ ଅଛି; ନ ହେଲେ...

Advertisment
ଭାରତୀୟ ହାଇ କମିଶନଙ୍କ ଇଫ୍‌ତାର ପାର୍ଟିରେ ପାକ୍ ଅଧିକାରୀଙ୍କ ଭାଣ୍ଡାମି; ବିଶ୍ୱ କୂଟନୈତିକ ଗୋଷ୍ଠୀ ପାକିସ୍ତାନକୁ ଚେତାବନୀ ଶୁଣାଇଲେ ସୁଧୁରି ଯାଅ ଏବେ ବି ସମୟ ଅଛି; ନ ହେଲେ...

Global Report

ନୂଆଦିଲ୍ଲୀ: ପାକିସ୍ତାନର ଇସ୍‌ଲାମାବାଦ୍‌ ଠାରେ ଅବସ୍ଥାପିତ ଭାରତୀୟ ହାଇ କମିଶନଙ୍କ ପକ୍ଷରୁ ଗତ ଶନିବାର ଦିନ ଆୟୋଜିତ ଇଫ୍‌ତାର ପାର୍ଟିକୁ ଭଣ୍ଡୁର କରିବାକୁ ଯାଇ ପାକିସ୍ତାନ ଏବେ ନିଜ ଜାଲରେ ଛନ୍ଦି ହୋଇ ଯାଇଛି। ଗୋଟିଏ ପଟେ ଭାରତ ସହ ତିକ୍ତ ହୋଇ ପଡ଼ିଥିବା ଦ୍ୱିପାକ୍ଷିକ ସଂପର୍କରେ ସୁଧାର ଆଣିବା ପାଇଁ ପାକିସ୍ତାନ ସଂପୂର୍ଣ୍ଣ ଆନ୍ତରିକତାର ସହ ଉଦ୍ୟମ କରିବ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହୁଥିବା ବେଳେ ଭାରତୀୟ ହାଇ କମିଶନଙ୍କ ପକ୍ଷରୁ ଇସ୍‌ଲାମାବାଦ ଠାରେ ଆୟୋଜିତ ଇଫ୍‌ତାର ପାର୍ଟିକୁ ନିମନ୍ତ୍ରିତ ହୋଇ ଯାଇଥିବା ପାକିସ୍ତାନୀ ଅତିଥିମାନଙ୍କୁ ଖୋଦ୍‌ ପାକ୍‌ ସରକାରଙ୍କର ଅଧିକାରୀମାନେ ଯେପରି ନିର୍ଯାତନା ଦେଲେ ତାହା କେବଳ ଭାରତ କାହିଁକି ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ପାକିସ୍ତାନର ଦୋମୁହାଁ ନୀତିକୁ ଆଉଥରେ ପଦାରେ ପକାଇ ଦେଇଛି।

publive-image

ଅନ୍ୟ ପକ୍ଷରେ ଏହି ଘଟଣାର ଦିନକ ପୂର୍ବରୁ ଦ୍ୱିତୀୟ ଥର ପାଇଁ ଦେଶର ଶାସନ କ୍ଷମତାକୁ ହାତକୁ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ମଧ୍ୟ ଏ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ପାକିସ୍ତାନକୁ ଏକ ଉଚିତ୍‌ ଶିକ୍ଷା ଦେବା ଅପେକ୍ଷାରେ ରହିଛନ୍ତି।

ପାକିସ୍ତାନର ଏ ପ୍ରକାର ଆଚରଣକୁ ବିଶ୍ୱ କୂଟନୀତିଜ୍ଞ ଗୋଷ୍ଠୀ ମଧ୍ୟ ତୀବ୍ର ନିନ୍ଦା କରିବା ସହ ଉଭୟ ପାକିସ୍ତାନ ଓ ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ସତର୍କ କରାଇ ଦେଇ କହିଛନ୍ତି ଯେ କେହି ଭୁଲି ଯିବା ଉଚିତ ହେବ ନାହିଁ ଯେ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଅଧିକ ଶକ୍ତିଶାଳୀ ହୋଇଥିବା ବେଳେ ଏଥରକ କ୍ୟାବିନେଟରେ ତାଙ୍କର କ୍ଷମତାଶଳୀ ସହଯୋଗୀ ରୂପେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଅମିତ୍‌ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ସିଂହ ରହିଛନ୍ତି। ମୋଦି, ଶାହା ଓ ରାଜନାଥ ସମସ୍ତେ ଆର୍‌ଏସ୍‌ଏସ୍‌ରୁ ବିଜେପିକୁ ଆସିବା ସହ ଏବେ ସର୍ବୋଚ୍ଚ ପଦବୀରେ ରହିଛନ୍ତି। ପୁଣି, ବୈଦେଶିକ ବ୍ୟାପାରରେ ଚାରି ଦଶନ୍ଧିର ଅଭିଜ୍ଞତା ସହ ଅତ୍ୟନ୍ତ ଦକ୍ଷ ପୂର୍ବତନ ବୈଦେଶକ ସଚିବ ଡ.ଏସ୍‌.ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଭାବେ କ୍ୟାବିନେଟରେ ରହିଥିବା ବେଳେ ଦ୍ୱିତୀୟ ଥର ପାଇଁ ଭାରତର ସୁରକ୍ଷା ଉପଦେଷ୍ଟା ଭାବେ ପୁନଃ ନିଯୁକ୍ତ ହୋଇଛନ୍ତି ସୁଦକ୍ଷ ଅଜିତ୍‌ ଡୋଭାଲ୍‌। ତେଣୁ, ଏସବୁକୁ ଯଦି ଗୁରୁତ୍ୱକୁ ନେଇ ପାକିସ୍ତାନ ଯଦି ଏବେଠାରୁ ନିଜର ଆଭିମୁଖ୍ୟ ଓ ଆଚରଣରେ ପରିବର୍ତ୍ତନ ନଆଣି ସଂଯମତା ପ୍ରଦର୍ଶନ ନକରେ ତେବେ ପାକିସ୍ତାନକୁ ବୁଦ୍ଧି ଶିଖାଇବା ପାଇଁ ଭାରତକୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ପାଇଁ ବେଶୀ ସମୟ ଲାଗିବ ନାହିଁ ଏବଂ ପାକିସ୍ତାନକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସତର୍କ କରାଇ ଦେଇଛନ୍ତି ବିଶ୍ୱ କୂଟନୈତିକ ଗୋଷ୍ଠୀ।

publive-image Global Report

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚାଲି ଆସିଥିବା ପ୍ରଥା ଓ ପରମ୍ପରାକୁ ଅନୁସରଣ କରି ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇ କମିଶନର ଅଜୟ ବିସାରିଆ ଗତ ଶନିବାର ଦିନ ଇସ୍‌ଲାମାବାଦ୍‌ ସ୍ଥିତ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲ ସେରେନାରେ ଏକ ଇଫ୍‌ତାର ପାର୍ଟିର ଆୟୋଜନ କରିଥିଲେ। ଏହି ଇଫ୍‌ତାର ପାର୍ଟିକୁ ପାକିସ୍ତାନର ସବୁ କ୍ଷେତ୍ରରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଅତିଥି ସ୍ୱରୂପ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କରା ଯାଇଥିଲା। ତେବେ, ଭାରତୀୟ ହାଇ କମିଶନରଙ୍କ ନିମନ୍ତ୍ରଣକୁ ରକ୍ଷା କରି ସେରେନାରେ ଆୟୋଜିତ ଏହି ଇଫ୍‌ତାର ପାର୍ଟିକୁ ଆସିଥିବା ପାକିସ୍ତାନୀ ଅତିଥିମାନଙ୍କୁ ପାକିସ୍ତାନୀ ଅଧିକାରୀମାନେ ସୁରକ୍ଷା ଯାଞ୍ଚ ନାମରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ କରାଇଥିଲେ। ବହୁ ନିମନ୍ତ୍ରିତ ଅତିଥିଙ୍କୁ ହୋଟେଲ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ନ ଦେଇ ବାହାରୁ ବାହାରୁ ମଧ୍ୟ ବିଦା କରି ଦେଇଥିଲେ। ପାକ୍‌ ଅଧିକାରୀମାନଙ୍କ ଏ ପ୍ରକାର ଆଚରଣର ଶିକାର ହୋଇଥିବା ପାକିସ୍ତାନର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହାକୁ ପାକ୍‌ ଅଧିକାରୀମାନଙ୍କ ଦ୍ୱାରା ‘ଅଦ୍ଭୂତପୂର୍ବ ନିର୍ଯାତନା’ ବୋଲି ସୁଦ୍ଧା କହିବାକୁ କୁଣ୍ଠିତ ହୋଇ ନଥିଲେ।

publive-image

ତେବେ, ଭାରତ ସରକାର ଏଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଏଯାବତ୍‌ ନିଜର କୌଣସି ପ୍ରତକ୍ରିୟା ପ୍ରକାଶ କରି ନାହାନ୍ତି। ଏ ପରିସ୍ଥିତିରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଘଟଣା ସଂପର୍କରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇ କମିଶନଙ୍କୁ ରିପୋର୍ଟ ମଗାଯାଇଛି। ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ଓ ଏହାର ତର୍ଜମା କଲାପରେ ଏ ମାମଲାରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe