Image Courtesy of Reuters
ମଣ୍ଟ୍ରିଲ୍(କାନଡା): ବେଆଇନ ଭାବେ କାନଡାରୁ ଆମେରିକାକୁ ପ୍ରବେଶ କରିବାକୁ ଉଦ୍ୟମ କଲାବେଳେ ମୃତ୍ୟୁବରଣ କରିଥିବା ୮ଜଣ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିବା କଥା ଶୁକ୍ରବାର ଦିନ କାନଡା ପୁଲିସ କହିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୬ଜଣ ପ୍ରାପ୍ତ ବୟସ୍କ ଥିବାବେଳେ ୨ଜଣ ହେଉଛନ୍ତି ପିଲା।
‘ରଏଟର୍ସ’ ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବୋଟ୍ରେ ସେଣ୍ଟ୍ ଲରେନ୍ସ୍ ନଦୀ ପାର ହୋଇ କାନଡାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଏକ ଭାରତୀୟ ପରିବାରର ସଦସ୍ୟମାନେ।
Image Courtesy of India Todayଗୁରୁବାର ଦିନ ସେଣ୍ଟ୍ ଲରେନ୍ସ୍ ନଦୀର ଗୋଟାଏ ପାଟ ବା ଦଳା ଅଞ୍ଚଳରୁ ଶବଗୁଡ଼ିକୁ ଉଦ୍ଧାର କରାଯାଇଛି। ପୁଲିସ ଅନୁମାନ କରୁଛି କି, ବୁଧବାର ରାତିରେ ଅଘଟଣ ଘଟି ସେମାନଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ସରକାରୀ କର୍ତ୍ତୃପକ୍ଷମାନେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି।
‘ବିବିସି’ ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ରୋମାନିଆ ଓ ଭାରତର ଦୁଇଟି ପରିବାରର ସଦସ୍ୟମାନେ।
୨ ମୃତ ପିଲାଙ୍କ ମଧ୍ୟରୁ କାନଡୀୟ ପାସ୍ପୋର୍ଟ ଥିବା ପିଲାଟିର ବୟସ ୩ ବର୍ଷରୁ କମ୍। ଅନ୍ୟ ପିଲାଟି କୋଳଛୁଆ ଏବଂ ସେ କାନଡାର ନାଗରିକ ବୋଲି ଜଣେ ସ୍ଥାନୀୟ ପୁଲିସ ମୁଖ୍ୟ ସାମ୍ବାଦିକମାନଙ୍କୁ କହିଛନ୍ତି।
ଆକ୍ବେସେସ୍ନ୍ ପୁଲିସ କହିଛି, ଜାନୁଆରି ମାସଠାରୁ ଏଯାବତ୍ ବେଆଇନ ଭାବେ କାନଡା ଅଥବା ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରାୟ ୮୦ଜଣ ବ୍ୟକ୍ତି ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ କିଂବା ରୋମାନୀୟ ବଂଶୋଦ୍ଭବ।
Follow Us