Image Courtesy of The Indian Express
ଅହମଦାବାଦ: ଅଳ୍ପ ଦିନ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକା-କାନଡା ସୀମାନ୍ତରେ ଅତିଶୟ ଥଣ୍ଡା ଯୋଗୁଁ ପ୍ରାଣ ହରାଇଥିବା ଭାରତୀୟ ପରିବାରର ୪ଜଣ ସଦସ୍ୟଙ୍କର ପରିଚୟ ମିଳିଥିବା କଥା ଆଜି ସକାଳେ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ସେମାନେ ଥିଲେ ଗାନ୍ଧୀନଗର ତହସିଲ୍ ଅନ୍ତର୍ଗତ କଲୋଲ ଅଞ୍ଚଳର ଦିନଗୁଚା ଗ୍ରାମର ବାସିନ୍ଦା।
କୁହାଯାଉଛି, ଜାନୁଆରି ୧୯ ତାରିଖ ଦିନ ବେଆଇନ ଭାବେ ଆମେରିକାକୁ ପ୍ରବେଶ କରୁଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା-କାନଡା ସୀମାନ୍ତବର୍ତ୍ତୀ କାନଡାର ମାନିଟୋବା ପ୍ରଦେଶରେ ଅତିଶୟ ଥଣ୍ଡାରେ ପ୍ରାଣ ହରାଇଥିଲେ।
Image Courtesy of Zee Newsଓଟ୍ଟାୱାସ୍ଥିତ ଭାରତର ହାଇକମିସନର୍ ରିଲିଜ୍ କରିଥିବା ବିବୃତି ଅନୁସାରେ, ମୃତ ବ୍ୟକ୍ତିମାନେ ହେଲେ, ୩୯ ବର୍ଷିୟ ଜଗଦୀଶ ପଟେଲ୍, ତାଙ୍କ ୩୭ ବର୍ଷୀୟ ପତ୍ନୀ ବୈଶାଳୀ ପଟେଲ୍, ସେମାନଙ୍କ ୧୧ ବର୍ଷୀୟ ଝିଅ ବିହଙ୍ଗୀ ପଟେଲ୍ ଏବଂ ୩ ବର୍ଷିୟ ପୁଅ ଧାର୍ମିକ ପଟେଲ୍।
ଅତୀତରେ ସ୍କୁଲ୍ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ପରିବାରର ମୁଖ୍ୟ ଜଗଦୀଶ ପରେ କଲୋଲ ସହରରେ ବିଭିନ୍ନ କିସମର ବ୍ୟବସାୟ କରୁଥିଲେ। ଦିନଗୁଚାରେ ସେମାନଙ୍କର ଏକତାଲାବିଶିଷ୍ଟ ଘରଟିଏ ରହିଛି। କିନ୍ତୁ, ଜଗଦୀଶଙ୍କ ବାପା ବଳଦେବ ପଟେଲ୍ ମଧ୍ୟ ଗାଁ ଛାଡ଼ି ଚାଲିଯାଇଥିବାରୁ ସେ ଘରେ ତାଲା ପଡ଼ିଛି। ପର୍ଯ୍ୟଟକ ଭିସାରେ ଉପରୋକ୍ତ ପରିବାର ଏକ ପକ୍ଷ ପାଇଁ କାନଡା ଭ୍ରମଣରେ ଯାଇଥିଲେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
Follow Us