Indian fighter jet crashed during Operation Sindoor: CDS admits, watch video Photograph: (sambad.in)
ନୂଆଦିଲ୍ଲୀ: ପାକିସ୍ତାନ ସହିତ ସଂଘର୍ଷ ସମୟରେ ହୋଇଥିବା କ୍ଷତିକୁ ନେଇ ଦେଶରେ ରାଜନୀତି ଚାଲିଛି। ବିରୋଧୀ ଦଳ ପଚାରୁଛନ୍ତି ଯେ, ଆମର ଯୁଦ୍ଧ ବିମାନ ଖସି ପଡ଼ିଛି କି? ଯଦି ହଁ, ତେବେ କେତେ ଯୁଦ୍ଧ ବିମାନ ଖସିଛି? ଯଦିଓ ସରକାର ଏହି ପ୍ରଶ୍ନର ଉତ୍ତର ଦେଇ ନାହାନ୍ତି।
ମାତ୍ର ଜଣେ ବରିଷ୍ଠ ଭାରତୀୟ ସେନା ଅଧିକାରୀ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତୀୟ ଜେଟ୍ ଖସାଇ ଦିଆଯାଇଛି। ତଥାପି, ସେ କେତେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା କହି ନାହାନ୍ତି।
ଯେତେବେଳେ ତାଙ୍କୁ ପଚରାଗଲା ଯେ, ପାକିସ୍ତାନ ଦ୍ବାରା ୬ଟି ଭାରତୀୟ ବିମାନ ଖସାଇ ଦେବାର ଦାବି ସତ୍ୟ କି? ସେ ଏହାକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି କହି ଖଣ୍ଡନ କରିଥିଲେ। ଜେନେରାଲ ଚୌହାନ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏହି ସଂଘର୍ଷରେ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାରର ଆବଶ୍ୟକତା ନଥିଲା, ଯାହା ଆଶ୍ୱସ୍ତିର ବିଷୟ।
ସିଡିଏସ୍ ଚୌହାନଙ୍କ ସାକ୍ଷାତକାରର କ୍ଲିପ୍ ଦେଖନ୍ତୁ:
ଅଧିକ ପଢ଼ନ୍ତୁ: ଭାରତ-ନେପାଳ ସୀମାରୁ ଦୂରେଇ ରୁହ: ନାଗରିକଙ୍କୁ କଡ଼ା ଚେତାବନୀ ଦେଲା ଚୀନ୍
ଭାରତ ପକ୍ଷରୁ ଦାବି କରାଯାଇଥିଲା ଯେ, ପାକିସ୍ତାନର ମେଡ୍ ଇନ୍ ଆମେରିକା ଏବଂ ମେଡ୍ ଇନ୍ ଚାଇନା ଲଢୁଆ ବିମାନକୁ ଖସାଇ ଦିଆଯାଇଛି। ଯଦିଓ କେହି ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାନ୍ତି। ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦାବି କରିଥିଲେ ଯେ, ପାକିସ୍ତାନ ଭାରତର ୬ଟି ଲଢ଼ୁଆ ବିମାନକୁ ଖସାଇ ଦେଇଛି, ଯାହାକୁ ସିଡିଏସ୍ ଅସ୍ୱୀକାର କରିଥିଲେ, କିନ୍ତୁ ଏହି ପ୍ରସଙ୍ଗରେ ସରକାର ଏବଂ ବିରୋଧୀ ମୁହାଁମୁହିଁ ଅଛନ୍ତି। ପ୍ରଥମ ଥର ପାଇଁ, ଜଣେ ଉଚ୍ଚ ସେନା ଅଧିକାରୀଙ୍କ ଠାରୁ ଏକ ବିବୃତି ଆସିଛି ଏବଂ ସେ ଜେଟ୍ ଖସି ପଡ଼ିଥିବା ସ୍ୱୀକାର କରିଛନ୍ତି।
ଅଧିକ ପଢ଼ନ୍ତୁ: ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ
OperationSindoor | India
Follow Us