ନୂଆଦିଲ୍ଲୀ: ୨୦୦୫ରେ ଜାରି ହୋଇଥିବା ବିଦ୍ୟୁତ୍ ନୀତିକୁ ବଦଳାଇ ଦୁଇ ଦଶନ୍ଧି ପରେ ଏବେ ଭାରତ ସରକାର ନୂତନ ବିଦ୍ୟୁତ୍ ନୀତି-୨୦୨୬ ଆଣିବାକୁ ଯାଉଛନ୍ତି। ଏଥିପାଇଁ ଚିଠାପ୍ରସ୍ତାବ ପ୍ରସ୍ତୁତ ହୋଇ ସାରିଛି। ଉନ୍ନତ ଆଣବିକ ପ୍ରଯୁକ୍ତିବିଦ୍ୟା, କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ଓ ଅନ୍ୟାନ୍ୟ କ୍ଷୁଦ୍ର କ୍ଷମତା ସମ୍ପନ୍ନ ରିଆକ୍ଟର ବ୍ୟବହାର କରାଯିବା ସହ ଆଣବିକ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ପ୍ରବେଶ ପାଇଁ ଏହି ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି।
ଭାରତକୁ ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ସମର୍ଥ ରାଷ୍ଟ୍ର ଭାବେ ପରିଗଣିତ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଧୀରେ ଧୀରେ ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ସହ କୋଇଲା ଭିତ୍ତିକ ତାପଜ ଶକ୍ତି ଉତ୍ପାଦନ ହ୍ରାସ କରାଯିବା ପାଇଁ ଯୋଜନା କରାଯାଉଛି। ସଂପ୍ରତି ଭାରତରେ ଉତ୍ପାଦିତ ବିଦ୍ୟୁତ୍ର ସର୍ବାଧିକ ଭାଗ ହେଉଛି କୋଇଲା ଭିତ୍ତିକ ତାପଜ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ ଶକ୍ତି। ତେବେ କୋଇଲା ଏକ ନବୀକରଣକ୍ଷମ ବିଦ୍ୟୁତ୍ ଉତ୍ସ ହୋଇ ନଥିବା ବେଳେ ଏହାର ମାତ୍ରାଧିକ ବ୍ୟବହାର ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ତେଣୁ ନୂଆ ବିଦ୍ୟୁତ୍ ନୀତିରେ ଆଣବିକ ପ୍ରକଳ୍ପ ଉପରେ ଅଧିକ ମନୋନିବେଶ କରିବ ଭାରତ।
ଆହୁରି ପଢ଼ନ୍ତୁ: Rourkela: ରାଉରକେଲା ରେଳ ଷ୍ଟେସନରେ ବଡ଼ କାର୍ଯ୍ୟାନୁଷ୍ଠାନ; ଅନେକ ବୁଲା ବେପାରୀ ଗିରଫ
ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ ୨୦୪୭ ସୁଦ୍ଧା ଭାରତର ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବାର୍ଷିକ ୧୦ ଗୁଣର ଅଧିକ ବୃଦ୍ଧି ପାଇ ୧୦୦ ଜିଗାୱାଟ୍ ହେବ। ସଂପ୍ରତି ଏହା ମାତ୍ର ୮.୮ ଜିଗାୱାଟ୍ ରହିଛି। ଶକ୍ତି କ୍ଷେତ୍ରରେ ଆର୍ଥିକ ସଂସ୍କାର ପାଇଁ ପଥ ଉନ୍ମୁକ୍ତ କରାଯିବା ସହ ଘରୋଇ କ୍ଷେତ୍ରର ସହଭାଗିତା ଉପରେ ଗୁରୁତ୍ବ ଆରୋପ କରାଯିବ। ଭାରତରେ ବିଦ୍ୟୁ୍ତ୍ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ୨୦୪୭ ସୁଦ୍ଧା ମୁଣ୍ଡପିଛା ବିଦ୍ୟୁତ୍ ଉତ୍ପାଦନ ଦୁଇ ଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଦ୍ୟୁତ୍ ଉତ୍ପାଦନ ପ୍ରକ୍ରିୟାରେ ପ୍ରଦୂଷଣ ହ୍ରାସକୁ ଗୁରୁତ୍ବ ଦେଇଛି ଏହି ଚିଠା ପ୍ରସ୍ତାବ। ୨୦୩୦ ସୁଦ୍ଧା ପ୍ରଦୂଷଣ ୪୫ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଆଣିବାକୁ ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି।
ଆହୁରି ପଢ଼ନ୍ତୁ: Sunita Williams: ମୋର ସବୁଠାରୁ ସୁନ୍ଦର ସ୍ମୃତି ମଧ୍ୟରୁ ଭାରତକୁ ଗସ୍ତ କରିବା ଅନ୍ୟତମ: ସୁନୀତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/25/untitled-15jpg-2026-01-25-17-03-56.jpeg)