Image Courtesy of Indian Express
ନୂଆଦିଲ୍ଲୀ: ଗତ ସପ୍ତାହରେ ଆବୁଧାବି ଆନ୍ତର୍ଜାତିକ ବିମାନ ବନ୍ଦରର ‘ବିଗ୍ ଟିକିଟ୍’ ଲଟେରିରେ ୧୨ ମିଲିୟନ୍ ଦିରାମ୍ (ପ୍ରାୟ ୨୦. ୮ କୋଟି ଟଙ୍କା) ଜିଣିଛନ୍ତି ହରି କ୍ରିଷନ୍ ନାମକ ଜଣେ ଭାରତୀୟ। ୟୁନାଇଟେଡ୍ ଆରବ ଏମିରେଟ୍ସ୍ରେ ବାସ କରୁଥିବା କ୍ରିଷନ୍ଙ୍କ ତୃତୀୟ ଉଦ୍ୟମ।
ଲଟେରି ଜିଣିଛନ୍ତି ବୋଲି କର୍ତ୍ତୃପକ୍ଷଙ୍କ ଠାରୁ କଲ୍ ପାଇବା ପରେ ସେ ଏହାକୁ କାହାର ଦୁଷ୍ଟାମି ବୋଲି ଭାବିଥିଲେ।
ସେ କହନ୍ତି: ପ୍ରଥମ କେତୋଟି କଲ୍କୁ ମୁଁ ଗୁରୁତ୍ୱ ଦେଇ ନ ଥିଲି। କିନ୍ତୁ, ପରେ କେତେକ ରେଡିଓ ଷ୍ଟେସନ୍ ଏବଂ ସାମ୍ବାଦିକମାନେ ମତେ ଫୋନ୍ କରିବାରୁ ଲଟେରି େଓ୍ଵବ୍ସାଇଟ୍ ଚେକ୍ କରିବାକୁ ମୁଁ ପତ୍ନୀଙ୍କୁ କହିଲି। ସେ େଓ୍ଵବ୍ସାଇଟ୍ ଦେଖି ଏ କଥା ସତ ବୋଲି କହିଲେ। ତଥାପି ଏ କଥାକୁ ଆମେ ବିଶ୍ୱାସ କରି ପାରୁନୁ ବୋଲି ଆବୁଧାବିରୁ ଫୋନ୍ରେ କହିଛନ୍ତି ହରି।
 Image Courtesy of TOIପୁରସ୍କାର ଅର୍ଥରାଶିକୁ ସେ କିଭଳି ଉପଯୋଗ କରିବେ ତାହା ସେ ସ୍ଥିର କରି ନାହାନ୍ତି। ଫେବ୍ରୁଆରି ୫ ତାରିଖ ଦିନ ତାଙ୍କୁ ପୁରସ୍କାର ଅର୍ଥ ମିଳିବ।
ପୂର୍ବରୁ ୫୦୦ ଦିରାମ୍ ଲେଖାଁଏ ଦେଇ ସେ ଦୁଇ ଥର ଟିକିଟ୍ କିଣିଥିଲେ। ଏଥର ପାଇବି ବୋଲି ଆଶା ନ ଥିଲା। ଈଶ୍ୱରଙ୍କ କୃପାରୁ ମୋତେ ସୌଭାଗ୍ୟ ମିଳିଲା। ଅବସର ପରର ଖର୍ଚ ତୁଲାଇବାକୁ ଏବଂ ପିଲାମାନଙ୍କର ଶିକ୍ଷାରେ ମୁଁ ଏ ଅର୍ଥ ଉପଯୋଗ କରିବି ବୋଲି ଭାବୁଛି।
ଶୁକ୍ରବାର ଦିନ ହରି ନିଜ ଜନ୍ମିତ ସହର କେରଳ ଅନ୍ତର୍ଗତ ଆଲାପ୍ପୁଝାକୁ ଆସି ନିଜ ଆତ୍ମୀୟସ୍ୱଜନଙ୍କୁ ଭେଟିବେ। ତାଙ୍କୁ ମିଶାଇ ସେମାନେ ସମୁଦାୟ ଆଠ ଜଣ ଭାଇ ଭଉଣୀ।
  
 Follow Us