ବାପାମାଆଙ୍କ ପସନ୍ଦର ଝିଅକୁ ଜୀବନସାଥୀ ଭାବେ ଗ୍ରହଣ କଲେ ‘ଇଣ୍ଡିଆନ୍‌ ଆଇଡଲ୍‌’ ପ୍ରତିଯୋଗୀ

ବାପାମାଆଙ୍କ ପସନ୍ଦର ଝିଅକୁ ଜୀବନସାଥୀ ଭାବେ ଗ୍ରହଣ କଲେ ‘ଇଣ୍ଡିଆନ୍‌ ଆଇଡଲ୍‌’ ପ୍ରତିଯୋଗୀ

ମୁମ୍ବାଇ: ‘ଇଣ୍ଡିଆନ୍‌ ଆଇଡଲ୍‌-୧୨’ର ପ୍ରତିଯୋଗୀ ତଥା ଜଣାଶୁଣା କଣ୍ଠଶିଳ୍ପୀ ମହମ୍ମଦ ଦାନିଶଙ୍କୁ ଆପଣ ଜାଣିଥିବେ ନିଶ୍ଚୟ। ସେ ଏବେ ତାଙ୍କ ଜୀବନର ସବୁଠାରୁ ଭଲ ପର୍ଯ୍ୟାୟରେ ଅଛନ୍ତି ବୋଲି କହିଲେ ଭୁଲ୍‌ ହେବ ନାହିଁ। କାରଣ ଜାଣିବାକୁ ମିଳିଛି କି ନିକଟରେ ଦାନିଶଙ୍କ ବିବାହ ହୋଇଛି। ତେବେ ଏହା ତାଙ୍କର ପ୍ରେମ ବିବାହ ନୁହେଁ। ବାପାମାଆଙ୍କ ପସନ୍ଦର ଝିଅକୁ ବାହା ଦେଉଥିବା ଦାନିଶ ନିଜ ବାହାଘରରେ ବେଶ୍‌ ଖୁସି ଥିବା ଜଣାପଡୁଛନ୍ତି।

ତେବେ ତାଙ୍କ ପତ୍ନୀଙ୍କ ନାମ ହେଉଛି ଫର୍‌ହିନ୍‌ ଆଫ୍ରିଦି । ଦାନିଶ ନିଜର ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ବେଳେ ସୋସିଆଲ୍‌ ମିଡିଆରେ ତାଙ୍କ ବା‌ହାଘର (ନିକ୍‌ହା)ର ଅନେକ ‌ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ସେ ବିବାହ କରିବା ପରେ ନିଜ ହଳଦୀ ଉତ୍ସବର ଭିଡିଓକୁ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ଦାନିଶ ଏକ ହଳଦିଆ ରଂଗର କୁର୍ତ୍ତା ପାଇଜାମା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀଙ୍କ ସୌନ୍ଦର୍ଯ୍ୟ ସଭିଙ୍କୁ ଦିୱାନା ବନାଇଛି।

ଦାନିଶଙ୍କ କନ୍ୟା ଫର୍‌ହିନ ହଳଦୀ ଉତ୍ସବରେ ଏକ  ରଂଗିନ ଲେହେଙ୍ଗା ପିନ୍ଧିଛନ୍ତି। ଐଥିସହ ସେ ମିରର୍‌ ଅଳଙ୍କାର ପିନ୍ଧି ନିଜ ଲୁକ୍‌କୁ ସଂପୂର୍ଣ୍ଣ କରିଛନ୍ତି। ଦାନିଶଙ୍କ ହଳଦୀ ଓ ନିକ୍‌ହାର ଭିଡିଓ ସୋସିଆଲ୍‌ ମିଡିଆରେ ଛାଇ ହୋଇ ରହିଥିବା ବେଳେ ପ୍ରଶଂସକ ଉଭୟ ପତି-ପତ୍ନୀଙ୍କୁ ଶୁଭେଚ୍ଛା ପ୍ରଦାନ କରି ଚାଲିଛନ୍ତି। ତେବେ ତାଙ୍କ ବିବାହରେ ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ ଓ ଜାଭେଦ ଅଲ୍ଲୀ ବି ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe