‘ଇଣ୍ଡିଆନ୍ ଆଇଡଲ୍-୧୨’ର ବିଜେତା ହେଲେ ଉତ୍ତରାଖଣ୍ଡର ୱଣ୍ଡର୍ ବୟ ପୱନଦୀପ୍ ରାଜନ୍

Advertisment
‘ଇଣ୍ଡିଆନ୍ ଆଇଡଲ୍-୧୨’ର ବିଜେତା ହେଲେ ଉତ୍ତରାଖଣ୍ଡର ୱଣ୍ଡର୍ ବୟ ପୱନଦୀପ୍ ରାଜନ୍

Image Courtesy: Soni Tv

ମୁମ୍ବାଇ :  ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ମ୍ୟୁଜିକ ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ୧୨ତମ ସଂସ୍କରଣର ବିଜେତା ହୋଇଛନ୍ତି ସୁଗାୟକ ପୱନଦୀପ୍ ରାଜନ୍। ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପୱନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଛନ୍ତି। ସେ ପୁରସ୍କାର ସ୍ବରୂପ ‘ଇଣ୍ଡିଆନ୍ ଆଇଡଲ୍’ ଟ୍ରଫି ସହ ୨୫ଲକ୍ଷ ଟଙ୍କା ଏବଂ ମାରୁତୀ ସୁଇଫ୍ଟ କାର ପାଇଛନ୍ତି। ୨୦୨୦ ନଭେମ୍ବର ୨୮ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ରିୟଲିଟି ସୋ’ର ଦ୍ବାଦଶ ସଂସ୍କରଣ ସ୍ବାଧୀନତା ଦିବସରେ ଶେ‌ଷ ହୋଇଛି। ଏହି ସୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି।

ରିଆଲିଟି ସୋ’ ଜିତିବା ପରେ ପୱାନଦୀପ କହିଛନ୍ତି, “ଇଣ୍ଡିଆନ୍ ଆଇଡଲ୍ ସିଜନ ୧୨ର ଟାଇଟଲ୍ ଜିତିବା ମୋ ପାଇଁ ଅବିଶ୍ୱସନୀୟ | ମତେ ଲାଗୁଛି ସତେ ଯେପରି ମୁଁ ସ୍ୱପ୍ନ ଦେଖୁଛି ଏବଂ ବିଜୟ ବାସ୍ତବତା ନୁହେଁ | ଏହା ମୋ ପାଇଁ ଏକ ବଡ଼ ସମ୍ମାନ | ମୋର ସମସ୍ତ ପ୍ରଶଂସକ ଏବଂ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି ଏବଂ ମୋତେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଜିତାଇଛନ୍ତି | ଏ ଟ୍ରଫି ମୋର ନୁହେଁ,  ନିର୍ମାତାଙ୍କ ଠାରୁ ଆରମ୍ଭ କରି ଆମର ବିଚାରକ,ପ୍ରଶିକ୍ଷକ ଏବଂ ମୋର ସାଥୀ ପ୍ରତିଯୋଗୀ, ଏହା ସମସ୍ତଙ୍କର | ଏହି ବିଜୟ ମୋ ଜୀବନର ଅନୁଭବ ସର୍ବୋତ୍ତମ ।’’

ପୱନଦୀପ ରାଜନ୍ ଉତ୍ତରାଖଣ୍ଡର ବଣପାହାଡ଼ ଘେରା ଚମ୍ପାୱତ୍ ଜିଲ୍ଲାର ବାସିନ୍ଦା ଏବଂ  କଣ୍ଠଶିଳ୍ପୀ ହେବା ସହ ସେ ଜଣେ ଭଲ ବାଦ୍ୟଯନ୍ତ୍ର ଶିଳ୍ପୀ ମଧ୍ୟ। ସେ ଗିଟାର୍, ତବଲା, ଢ଼ୋଲକ୍, ଡ୍ରମସ୍ ଓ ପିଆନୋ ଦକ୍ଷତାର ସହ ବଜାଇ ପାରନ୍ତି। ଏହା ପୂର୍ବରୁ ୨୦୧୫ରେ ସେ ମ୍ୟୁଜିକ ରିୟଲିଟି ସୋ’ ‘‘ଦ ଭଏସ୍ ଅଫ୍ ଇଣ୍ଡିଆ’’ରେ ବିଜେତା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe