୭ମାସ ହେଲାଣି ଚାଲିଛି ଇଣ୍ଡିଆନ ଆଇଡଲ-୧୩, ରିୟାଲିଟି ସୋ’ରେ ଡ୍ରାମା ଚାଲୁଥିବା କହିଲେ ଲୋକେ

୭ମାସ ହେଲାଣି ଚାଲିଛି ଇଣ୍ଡିଆନ ଆଇଡଲ-୧୩, ରିୟାଲିଟି ସୋ’ରେ ଡ୍ରାମା ଚାଲୁଥିବା କହିଲେ ଲୋକେ

ନୂଆଦିଲ୍ଲୀ: ଦେଶରେ ଥିବା ନୂଆ ନୂଆ ପ୍ରତିଭା ଖୋଜିବା ପାଇଁ ଆରମ୍ଭ ହୋଇଥିଲା ବିଭିନ୍ନ ରିୟାଲିଟି ସୋ’। ନୃତ୍ୟ ହେଉ କି ଗୀତ, ଏକ୍ଷେତ୍ରରେ ନୂଆ ପ୍ରତିଭା ଖୋଜିବା ପାଇଁ ବଡ଼ ବଡ଼ ଚ୍ୟାନେଲରେ ବିଭିନ୍ନ ରିୟାଲିଟି ସୋ’ କରାଯାଉଛି। ସେ ମଧ୍ୟରୁ ଗୋଟିଏ ହେଉଛି ଇଣ୍ଡିଆନ ଆଇଡଲ। ଏହି ରିୟାଲିଟି ସୋ’ ସୁପରହିଟ ହୋଇଥିବା ବେଳେ ଏହାର ୧୨ଟି ସିଜିନ ଶେଷ ହୋଇଛି। ଏବେ ସିଜିନ୍ ୧୩ ଚାଲିଥିବା ବେଳେ ଏହାକୁ ଏବେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଗୋଟିଏ ରିୟାଲିଟି ସୋ’ କିଛି ମାସ ପାଇଁ ଚାଲେ ଏବଂ ଏଥିରେ ଭାଗ ନେଇଥିବା ପ୍ରତିଯୋଗୀ ପ୍ରତି ସପ୍ତାହରେ ସୋ’ରୁ ବାହାରକୁ ଯାଆନ୍ତି। ଶେଷରେ ସୋ’ର ଟ୍ରଫି ଜଣକ ହାତକୁ ଯାଏ। ହେଲେ ଇଣ୍ଡିଆନ ଆଇଡଲ-୧୩ ୭ମାସ ହେଲାଣି ଚାଲିଥିଲେ ବି ଏହାର ଫାଇନାଲ ଏପର୍ଯ୍ୟନ୍ତ ହୋଇନାହିଁ।

ମିଳିଥିବା ସୂଚନା ମୁତାବକ, ସୋ’ର ଅଡିସନ ଜୁଲାଇ ୨୦୨୨ରୁ ଆରମ୍ଭ ହୋଇଥିଲା। ପରେ ଏହି ସୋ’ ସେପ୍ଟେମ୍ବର ୧୦, ୨୦୨୨ରେ ପ୍ରସାରିତ ହୋଇଥିଲା। ସୋ’ ଆରମ୍ଭ ହେବାକୁ ୭ମାସ ବିତିଥିଲେ ବି ଏପର୍ଯ୍ୟନ୍ତ ଏହାର ଫାଇନାଲ ହୋଇନାହିଁ। କୁହାଯାଉଛି ଯେ ଏପ୍ରିଲ ୨, ୨୦୨୩ରେ ଏହି ରିୟାଲିଟି ସୋ’ର ଫାଇନାଲ ହେବ। ଏତେ ଲମ୍ବା ସମୟ ଧରି ସୋ’ ଚାଲୁଥିବାରୁ ଲୋକେ ଏବେ ଏହାର ନିର୍ମାତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜୋର ଜବରଦସ୍ତ ସୋ’କୁ ଲମ୍ବା କରାଯାଇଥିବା କୁହାଯାଉଛି। ସୋ’ ଆରମ୍ଭରୁ ୧୫ଜଣ ପ୍ରତିଯୋଗୀ ଥିବା ବେଳେ ଏବେ ଫାଇନାଲ ପାଇଁ ୬ଜଣ ପ୍ରତିଯୋଗୀ ରହିଛନ୍ତି। ପ୍ରଥମେ ପ୍ରଥମେ କାହାକୁ ବାହାର ନକରି ନିର୍ମାତା ସୋ’କୁ ଅଧିକ ଦିନ ଚଲାଇଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe