ସୁନା ଚେନ ଲୁଟ ସହ ଚୋରି ଅଭିଯୋଗରେ ଗିରଫ ହେଲା ଇଣ୍ଡିଆନ ଆଇଡ଼ଲର ଏହି ପ୍ରତିଯୋଗୀ

Advertisment

ଜବତ ହେଲା ୨.୫ କେଜି ସୁନା ସହ ୫୫ଟି ମୋବାଇଲ ଫୋନ ଓ ବନ୍ଧୁକ

ଜବତ ହେଲା ୨.୫ କେଜି ସୁନା ସହ ୫୫ଟି ମୋବାଇଲ ଫୋନ ଓ ବନ୍ଧୁକ

ସୁନା ଚେନ ଲୁଟ ସହ ଚୋରି ଅଭିଯୋଗରେ ଗିରଫ ହେଲା ଇଣ୍ଡିଆନ ଆଇଡ଼ଲର ଏହି ପ୍ରତିଯୋଗୀ

photo-indian express

ନୂଆଦିଲ୍ଲୀ: ଟାଏକୋଣ୍ଡୋ ଖେଳରେ ଜାତୀୟ ସ୍ତରରେ ଦୁଇଥର ସ୍ବର୍ଣ୍ଣ ପଦକ ବିଜେତା ତଥା ଟିଭି ସୋ ଇଣ୍ଡିଆନ ଆଇଡଲର ଜଣେ ପ୍ରତିଯୋଗୀଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି | ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଯୁବକଙ୍କ ନାମ ସୁରଜ ବାହାଦୁର ହୋଇଥିବାବେଳେ ପ୍ରାୟ ୧୦୦ଟି ଚୋରି ଓ ଛିନତାଇ ଘଟଣାରେ ସେ ସମ୍ପୃକ୍ତ ରହିଛି |

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଗତକାଲି ମୋତି ନଗରର ରାମା ରୋଡରେ ପାଟ୍ରୋଲିଂ ବେଳେ ପୁଲିସ ଟିମ୍ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖି ତାଙ୍କୁ ଅଟକାଇଥିଲା। ଆଉ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଉକ୍ତ ବ୍ୟକ୍ତି ଜଣକ କିର୍ତ୍ତୀନଗରରୁ ଏକ ଚୋରି କରି ଫେରାର ହେବାକୁ ଚେଷ୍ଟା କରୁଥିଲା | ପୁଲିସ ଅଧିକ ପଚରାଉଚୁରା କରିବା ପରେ ପାଖାପାଖି ୨.୫ କିଲୋଗ୍ରାମ ସୁନା ଅଳଙ୍କାର ଲୁଟିଥିବାର ସ୍ୱୀକାର କରିଥିଲା | ସେ ଆଉ ଦୁଇ ସହଯୋଗୀଙ୍କ ସହ ମିଶି ପାଖାପାଖି ୧୦୦ରୁ ଅଧିକ ଅପରାଧ କରିଥିଲେ ଏବଂ ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ, ୫୫ଟି ମୋବାଇଲ୍ ଫୋନ୍ ଏବଂ ପାଞ୍ଚଟି ଚାରିଚକିଆ ଯାନ ଜବତ କରାଯାଇଥିବା ପୁଲିସ କହିଛି।

ସୁରଜ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛି । ସେ ଟାଏକୋଣ୍ଡୋରେ ଦୁଇଥର ସ୍ୱର୍ଣ୍ଣ ପଦକ ବିଜେତା ଥିବାବେଳେ ଜଣେ ଭଲ ଗାୟକ | ୨୦୦୮ରେ ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୪ ରେ ଅଂଶଗ୍ରହଣ କରିଥିଲେ ଏବଂ ଟପ୍ ୫୦ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe