କାମ କରୁଥିବା ସମୟରେ ଇସ୍ରାଏଲରେ କ୍ଷେପଣାସ୍ତ୍ର ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ: ଘରେ ଅଛନ୍ତି ଅନ୍ତସତ୍ତ୍ବା ସ୍ତ୍ରୀ

Advertisment
କାମ କରୁଥିବା ସମୟରେ ଇସ୍ରାଏଲରେ କ୍ଷେପଣାସ୍ତ୍ର ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ: ଘରେ ଅଛନ୍ତି ଅନ୍ତସତ୍ତ୍ବା ସ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲର ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ମଙ୍ଗଳବାର ସୂଚନା ମିଳିଛି ।

ଏହି ଆକ୍ରମଣରେ ମୃତ୍ୟୁ ହୋଇଥିବା ଭାରତୀୟ ନାଗରିକ ହେଲେ ଦକ୍ଷିଣ କେରଳର ବାସିନ୍ଦା। ନାମ ତାଙ୍କର ପାଟନିବିନି ମ୍ୟାକ୍ସୱେଲ ଓ ବୟସ ୩୧ବର୍ଷ। ସେହିପରି ଆହତ ଦ୍ବୟ ହେଲେ ବୁଶ ଜୋସେଫ ଜର୍ଜ ଏବଂ ପଲ ମେଲଭିନ୍। ଗୁରୁତର ଅବସ୍ଥାରେ ଉଦ୍ଧାର କରି ଇସ୍ରାଏଲର ସଫେଡ ସହରସ୍ଥିତ ଜିଭା ଡାକ୍ତରଖାନାରେ ବୁଶ ଓ ପଲଙ୍କୁ  ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଉତ୍ତର ଇସ୍ରାଏଲର ଗାଲିଲୀ ଅଞ୍ଚଳର ମାର୍ଗାଲିଅଟ (ସାମୁହିକ କୃଷି ସମ୍ପ୍ରଦାୟ)ର ଏକ ବଗିଚାରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା।   ଏହି କ୍ଷେପଣାସ୍ତ୍ର ମାଡ଼ରେ ପାଟନିବିନି ମ୍ୟାକ୍ସୱେଲ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତଘୋଷଣା କରିଥିଲେ।

ପାଟନିବିନି ମ୍ୟାକ୍ସୱେଲ ଦୁଇମାସ ହେବ ଇସ୍ରାଏଲ ଆସି ଏକ ଚାଷ ଜମିରେ ଶ୍ରମିକ ଭାବେ କାମ କରୁଥିଲେ। ମ୍ୟାକ୍ସୱେଲଙ୍କ ପରିବାର କହିଲେ ସ୍ତ୍ରୀ ଓ ପାଞ୍ଚବର୍ଷର ଝିଅ ଅଛନ୍ତି। ସ୍ତ୍ରୀ ଏବେ ସାତମାସର ଅନ୍ତସତ୍ତ୍ବା ଥିବା  ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ଆକ୍ରମଣ ଆତଙ୍କବାଦୀ ସଙ୍ଗଠନ ହଜବୁଲ ଦ୍ୱାରା କରାଯାଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe