ଚୀନ୍‌ କଳା ବଜାରରେ ଭାରତୀୟ ଔଷଧ ପ୍ରବଳ ବିକ୍ରି

ବିନା ପ୍ରେସ୍‌କ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ସ ବିକ୍ରି କ‌ଲେ ରଦ୍ଦ ହେବ ଲାଇସେନ୍‌ସ: ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର କଡ଼ା ଚେତାବନୀ

BORGEN Magazine

ବେଜିଂ : ଚୀନ୍‌ରେ ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ି ଚାଲିଥିବାବେଳେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଲୋକମାନେ ଯେକୌଣସି ଉପା‌ୟରେ ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଇତି ମଧ୍ୟରେ ଚୀନ୍‌ କଳାବଜାର‌ରେ ଭାରତୀୟ ଔଷଧର ଚାହିଦା ବଢ଼ିଯାଇଛି। ଚୀନ୍‌ ଚଳିତ ବର୍ଷ ୨ଟି କୋଭିଡ ଆଣ୍ଟିଭାଇରାଲ୍‌ -ଫାଇଜର୍‌ର ପାକ୍ସଲୋଭିଡ ଏବଂ ଆଜଭୁଡିନକୁ ସ୍ବୀକୃତି ଦେଇଛି। କିନ୍ତୁ ୨ଟି ଯାକ ଔଷଧ କେବଳ କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଉପଲବ୍ଧ ହେଉଛି। ସୀମିତ ଯୋଗାଣ ଏବଂ ଉଚ୍ଚ ଦର ପାଇଁ ଅନେକ ବ୍ୟକ୍ତି ଭାରତରୁ ବେଆଇନ ଭାବେ ଆମଦାନୀ ହୋଇଥିବା ଶସ୍ତା ଜେନେରିକ ଔଷଧ କିଣିବାପାଇଁ ବାଧ୍ୟ ହେଉଛନ୍ତି। କିନ୍ତୁ ଏହି ଜେନେରିକ ଔଷଧ ଗୁଡ଼ିକୁ ଚୀନ୍‌ ସରକାର ବିକ୍ରି ପାଇଁ ଅନୁମତି ଦେଇନାହାନ୍ତି। ଏହା ଦଣ୍ଡନୀୟ ଅପରାଧ ବୋଲି ସରକାର କହିଛନ୍ତି।

ଚୀନ୍‌ ସୋସିଆଲ ମିଡିଆ ମଞ୍ଚ ୱିବୋରେ ଭାରତୀୟ ଜେନେରିକ୍‌ ଔଷଧ ପ୍ରତି ବକ୍ସ ପିଛା ୧୦୦୦ ୟୁଆନ୍‌ରେ ବିକ୍ରି ହେଉଥିବା ଖବର ‌ ଟ୍ରେଣ୍ଡ୍‌ କରୁଛି। ଭାରତରୁ ୪ ପ୍ରକାର ଆଣ୍ଟି -କୋଭିଡ୍‌ ଔଷଧ ଏବେ ଚୀନ୍‌ ବଜାରରେ ବେଆଇନ ଭାବେ ବିକ୍ରି ହେଉଛି। ଏହି ୪ଟି ଔଷଧ ହେଉଛି ପ୍ରିମୋଭିର, ପାକ୍ସିଷ୍ଟା, ମୋଲନୁନାଟ ଏବଂ ମୋଲନାଟ୍ରିସ। ଫାଇଜରର ପାକ୍ସଲୋଭିଡ ଔଷଧର ଗୋଟିଏ ବକ୍ସର ମୂଲ୍ୟ ୨,୯୮୦ ୟୁଆନ ହୋଇଥିବାବେଳେ ଭାରତୀୟ ଔଷଧର ମୂଲ୍ୟ ୫୩୦ରୁ ୧୬୦୦ ୟୁଆନ ରହୁଛି। ତେଣୁ ଲୋକମାନେ ଭାରତୀୟ ଔଷଧ କିଣୁଛନ୍ତି। ତେବେ ଚୀନ୍‌ରେ ସରକାରୀ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରମାନେ ‌ବେଆଇନ ଭାବେ ଔଷଧ କିଣି ଏହାର ସେବନ ନକରିବାପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe