ବ୍ରିଟେନ୍‌ରେ ଭାରତୀୟଙ୍କୁ ହତ୍ୟା

Advertisment
ବ୍ରିଟେନ୍‌ରେ ଭାରତୀୟଙ୍କୁ ହତ୍ୟା

ଲଣ୍ଡନ: ଆଇନ ପାଳନ କରିବାକୁ ଯାଇ ବ୍ରିଟେନ୍‌ରେ ଜଣେ ଭାରତୀୟ ବ୍ୟବସାୟୀ ନିର୍ମମ ହତ୍ୟାର ଶିକାର ହୋଇଛନ୍ତି। ଉତ୍ତର ଲଣ୍ଡନର କୋଲିଣ୍ଡେଲରେ ଦୋକାନ କରିଥିବା ଭାରତୀୟ ବ୍ୟବସାୟୀ ବିଜୟ ପଟେଲ(୪୯) ଜଣେ ନାବାଳକକୁ ସିଗାରେଟ ଦେବା ପାଇଁ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ବୁଧବାର ଏହି ମାମଲାରେ ପୁଲିସ୍‌ ଜଣେ ନାବାଳକକୁ ଗିରଫ କରି କୋର୍ଟରେ ହାଜର କରିଛି। ତେବେ ଘଟଣା ସମୟରେ ଉକ୍ତ ସ୍ଥାନରେ ଅନ୍ୟ ୨ଜଣ ଥିବାରୁ ଏହି ହତ୍ୟାକାଣ୍ଡକୁ ସୁପରିକଳ୍ପିତ ବୋଲି ପୁଲିସ୍‌ ସନ୍ଦେହ କରୁଛି। ବିଜୟଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ଅଧିକାର କହିଛନ୍ତି ଯେ, ଆଇନ୍‌କୁ ସୁରକ୍ଷା ଦେବାକୁ ଯାଇ ଜଣେ ମଣିଷର ଜୀବନ ଚାଲିଯାଇଛି। ଅଭିଯୁକ୍ତମାନେ ଯାହା ଚାହୁଁଥିଲେ ସେମାନଙ୍କୁ ତାହା ବିକ୍ରି କରା ନଯିବାରୁ ଏହି ହତ୍ୟା କରାଯାଇଛି। ୨୦୦୬ ମସିହାରୁ ବିଜୟଙ୍କ ପରିବାର ବ୍ରିଟେନ୍‌ରେ ରହୁଛନ୍ତି। ଏହି ଘଟଣା ବେଳକୁ ତାଙ୍କ ପରିବାର ଲୋକେ ଭାରତ ଆସିଥିଲେ। ମିଳିଥିବା ଖବର ମୁତାବକ,ଗତ ଶନିବାର ରାତିରେ ଏହି ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe