Image Courtesy of India Today
ନୂଆଦିଲ୍ଲୀ: ସିଡ୍ନି ରେଳ ଷ୍ଟେସନ୍ରେ ଜଣେ ସଫେଇ କର୍ମଚାରୀଙ୍କୁ ଛୁରି ଭୁସିଥିବା ଓ ପୁଲିସକୁ ଧମକ ଦେବା ଅଭିଯୋଗରେ ମଙ୍ଗଳବାର ଦିନ ଜଣେ ଭାରତୀୟ ନାଗରିକଙ୍କୁ ଅଷ୍ଟ୍ରେଲୀୟ ପୁଲିସ ଗୁଳି ମାରି ହତ୍ୟା କରିଥିବା ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।
ସେ ‘ବ୍ରିଜିଙ୍ଗ୍ ଭିସା’ (କାମଚଳା ଭିସା) ପାଇ ଅଷ୍ଟ୍ରେଲିଆରେ ବସବାସ କରୁଥିଲେ ବୋଲି ‘ପିଟିଆଇ’ ରିପୋର୍ଟ କରିଛି।
ନିହତ ଭାରତୀୟ ନାଗରିକ ତାମିଲନାଡୁର ୩୨ ବର୍ଷିୟ ମହମ୍ମଦ ରହମତୁଲ୍ଲା ସୟେଦ୍ ବୋଲି ଭାରତୀୟ କନ୍ସୁଲେଟ୍ ଚିହ୍ନଟ କରିଛି। ଭାରତୀୟ କନ୍ସୁଲେଟ୍ କହିଛି, ଘଟଣାଟି ଖୁବ୍ ବିଚଳିତକାରକ ଓ ଦୁଃଖଦାୟକ। ଆମେ ଔପଚାରିକ ଭାବେ ଉକ୍ତ ଘଟଣାକୁ ନିଉ ୱେଲେଜ୍ସ୍ଥିତ ବୈଦେଶିକ ବ୍ୟାପାର ଓ ବାଣିଜ୍ୟ ବିଭାଗ ତଥା ରାଜ୍ୟ ପୁଲିସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛୁ।
Image Courtesy of News18‘ସିଡ୍ନି ମର୍ଣ୍ଣିଙ୍ଗ୍ ହେରାଲଡ୍’ ନିଉଜ୍ପେପର୍ ରିପୋର୍ଟ ଅନୁସାରେ, ସିଡ୍ନିର ଅବର୍ଣ୍ଣ ଷ୍ଟେସନ୍ରେ ଅହମଦ୍ ଜଣେ ୨୮ ବର୍ଷିୟ ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରି ଅବର୍ଣ୍ଣ ଥାନାକୁ ଯାଉଥିଲେ।
ସେହି ସମୟରେ ଥାନାରୁ ବାହାରୁଥିବା ଦୁଇଜଣ ପୁଲିସ ଅଫିସର୍ଙ୍କ ସହିତ ଅହମଦ୍ଙ୍କର ଝଗଡ଼ା ହେବା ପରେ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ଜଣେ ପୁଲିସ ଅଧିକାରୀ ୩ଟି ଗୁଳି ଚଳାଇଲେ। ସେଥିରୁ ୨ଟି ଗୁଳି ଅହମଦ୍ଙ୍କ ଛାତିରେ ବିଦ୍ଧ ହୋଇଥିଲା। ‘ପ୍ରୋବେସନ୍’ରେ ଥିବା ଜଣେ ମହିଳା କନେଷ୍ଟବଳ ମଧ୍ୟ ଅହମଦ୍ଙ୍କ ଉପରକୁ ‘ଟେଜର୍’ ଚଳାଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ଘଟଣାସ୍ଥଳରେ ‘ପାରାମେଡିକ୍’ମାନେ ଅହମଦ୍ଙ୍କର ପ୍ରାଥମିକ ଉପଚାର କରି ତୁରନ୍ତ ଏକ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେ ମୃତ ବୋଲି ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।
Follow Us