ନେପାଳ ପୁଲିସ୍‌ ଗୁଳିରେ ଭାରତୀୟ ନାଗରିକ ନିହତ, ଅନ୍ୟ ଜଣେ ନିଖୋଜ

ନେପାଳ ପୁଲିସ୍‌ ଗୁଳିରେ ଭାରତୀୟ ନାଗରିକ ନିହତ, ଅନ୍ୟ ଜଣେ ନିଖୋଜ

Representation image indiatoday

ନୂଆଦିଲ୍ଲୀ: ନେପାଳ ପୁଲିସ୍‌ ଗୁଳିରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ସୂଚନା ରହିଛି। ୩ ଜଣ ଭାରତୀୟ ନାଗରିକ ଇଣ୍ଡୋ-ନେପାଳ ସୀମାରେ ପ୍ରବେଶ କରିବା ବେଳେ ନେପାଳ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ। ଫଳରେ ନେପାଳ ପୁଲିସ୍‌ର ଗୁଳିରେ ଜଣେ ନାଗରିକ ନିହତ ହୋଇଥିବା ସୂଚନା ରହିଛି।

ଫିଲ୍‌ଭିତ୍‌ର ଏସ୍‌ପି ଜୟ ପ୍ରକାଶ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ୩ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ଜଣେ ଗୁଳି ମାଡ଼ରେ ନିହତ ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ତୃତୀୟ ବ୍ୟକ୍ତି ଜଣକ ଭାରତୀୟ ସୀମା ଭିତରକୁ ଫେରି ଆସିଛନ୍ତି। ସୀମା ପୁଲିସ୍‌ ବାହିନୀ ସହ ୟୁପି ପୁଲିସ୍ ସୀମାରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗୋବିନ୍ଦା। ତାଙ୍କୁ ୨୬ ବର୍ଷ। ସେ ତାଙ୍କର ଦୁଇ ବନ୍ଧୁ ପପୁ ସିଂହ ଓ ଗୁରୁମିତ ସିଂଙ୍କ ସହ ନେପାଳ ଯିବା ବେଳେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe