ଭାରତର ସମୁଦ୍ରଯାନ ମିସନ: ଜରୁରିକାଳୀନ ପରିସ୍ଥିତିରେ କେତେ ଦିନ ପାଣି ଭିତରେ ବଞ୍ଚି ପାରିବେ କର୍ମଚାରୀ?

Advertisment

୬,୦୦୦ ମିଟର ଗଭୀରତାରେ ସମୁଦ୍ରର ତଳଦେଶ ଅନୁସନ୍ଧାନ ପାଇଁ ତିନି ଜଣ ମଣିଷ ପଠାଇବା ଲକ୍ଷ୍ୟନେଇ ଭାରତ ନିଜର ପ୍ରଥମ ମାନବଯୁକ୍ତ ଗଭୀର ସମୁଦ୍ର ଅନୁସନ୍ଧାନ ଅଭିଯାନ ‘ସମୁଦ୍ରଯାନ’ ଜରିଆରେ ଇତିହାସ ରଚିବାକୁ ଯାଉଛି।

୬,୦୦୦ ମିଟର ଗଭୀରତାରେ ସମୁଦ୍ରର ତଳଦେଶ ଅନୁସନ୍ଧାନ ପାଇଁ ତିନି ଜଣ ମଣିଷ ପଠାଇବା ଲକ୍ଷ୍ୟନେଇ ଭାରତ ନିଜର ପ୍ରଥମ ମାନବଯୁକ୍ତ ଗଭୀର ସମୁଦ୍ର ଅନୁସନ୍ଧାନ ଅଭିଯାନ ‘ସମୁଦ୍ରଯାନ’ ଜରିଆରେ ଇତିହାସ ରଚିବାକୁ ଯାଉଛି।

dagdgdgdada

ନୂଆଦିଲ୍ଲୀ: ୬,୦୦୦ ମିଟର ଗଭୀରତାରେ ସମୁଦ୍ରର ତଳଦେଶ ଅନୁସନ୍ଧାନ ପାଇଁ ତିନି ଜଣ ମଣିଷ ପଠାଇବା ଲକ୍ଷ୍ୟନେଇ ଭାରତ ନିଜର ପ୍ରଥମ ମାନବଯୁକ୍ତ ଗଭୀର ସମୁଦ୍ର ଅନୁସନ୍ଧାନ ଅଭିଯାନ ‘ସମୁଦ୍ରଯାନ’ ଜରିଆରେ ଇତିହାସ ରଚିବାକୁ ଯାଉଛି। ଭାରତର ଗଭୀର ସମୁଦ୍ର ଅଭିଯାନର ଦାୟିତ୍ୱରେ ଥିବା ବୈଜ୍ଞାନିକ ଡ. ଏସ୍ ରମେଶ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ମିସନର ଅବଧି ଓ ସାମର୍ଥ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି।

ମତ୍ସ୍ୟ-୬୦୦୦ ବୁଡ଼ାଜାହାଜ ସମୁଦ୍ର ଭିତରକୁ ପଶିବା ପରଠାରୁ ମିସନ ସମାପ୍ତ ହେବା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ସମୁଦ୍ରଯାନ ଅଭିଯାନ ଚାଲିବ। ଏହି ୧୨ ଘଣ୍ଟା ଭିତରେ କର୍ମଚାରୀମାନେ ସମୁଦ୍ର ତଳେ ସେମାନଙ୍କର ଅନୁସନ୍ଧାନ ଓ ଗବେଷଣା କାର୍ଯ୍ୟ କରିବେ। ତେବେ ଜରୁରିକାଳୀନ ପରିସ୍ଥିତିରେ, ମତ୍ସ୍ୟ-୬୦୦୦ ଅତିରିକ୍ତ ୯୬ ଘଣ୍ଟା କ୍ରୁମାନଙ୍କୁ ବଞ୍ଚିରହିବାରେ ସାହାଯ୍ୟ କରିପାରିବ। ଏହି ସମ୍ପ୍ରସାରିତ କ୍ଷମତା ଅପ୍ରତ୍ୟାଶିତ ପରିସ୍ଥିତିରେ କର୍ମଚାରୀଙ୍କ ସୁରକ୍ଷା  ସୁନିଶ୍ଚିତ କରିଥାଏ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (ଏନ୍ଆଇଓଟି) ସମୁଦ୍ରଯାନ ମିସନ ଡିଜାଇନ୍‌ର ନେତୃତ୍ୱ ନେଇଛି। ଏଥିରେ ଲାଇଫ୍ ସପର୍ଟ ସିଷ୍ଟମ, ବ୍ୟାଟେରି, ଯୋଗାଯୋଗ ଉପକରଣ, ଖାଦ୍ୟ ଯୋଗାଣ, ବର୍ଜ୍ୟବସ୍ତୁ ପରିଚାଳନା, ଅମ୍ଳଜାନ ବ୍ୟବସ୍ଥା ଏବଂ ସିଓ୨ ସ୍କ୍ରବର ଅନ୍ତର୍ଭୁକ୍ତ।

ଭାରତର ଗବେଷଣା ଜାହାଜ ସାଗରନିଧିରୁ ମତ୍ସ୍ୟ-୬୦୦୦କୁ ସମୁଦ୍ର ଭିତରକୁ ଛଡ଼ାଯିବ। ଏହି ମିସନ ଜରିଆରେ ଭାରତ ଗଭୀର ସମୁଦ୍ର ଅନୁସନ୍ଧାନରେ ସକ୍ଷମ ରାଷ୍ଟ୍ରମାନଙ୍କର ଏକ ଏଲିଟ୍ ଗ୍ରୁପ୍‌ରେ ସାମିଲ ହେବାକୁ ଯାଉଛି। ୨.୧ ମିଟର ବ୍ୟାସ ତଥା ଗୋଲାକାର ହଲ୍ ବିଶିଷ୍ଟ ମତ୍ସ୍ୟ-୬୦୦୦ର ଡିଜାଇନ୍ ରୁଷିଆର ମୀର ସିରିଜ୍, ଫ୍ରାନ୍ସର ନଟିଲ, ଜାପାନର ଶିଙ୍କାଇ ଏବଂ ଚୀନ୍‌ର ଜାଓଲଙ୍ଗ୍ ଭଳି ହୋଇଛି। ଭାରତ ସମୁଦ୍ରର ଗଭୀରତାକୁ ୧୨ ଘଣ୍ଟାର ଏହି ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସମୁଦ୍ରଯାନ ମିସନ ଗଭୀର ସମୁଦ୍ରର ବିଶାଳ, ରହସ୍ୟମୟ କ୍ଷେତ୍ରର ଅନୁସନ୍ଧାନ ପାଇଁ ଏହାର ପ୍ରତିବଦ୍ଧତାକୁ ସୂଚାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe