ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ ଅଭିଯାନ ପାଇଁ ପ୍ରସ୍ତୁତ ରହିଛି ନୌସେନା ପୋତ ଏବଂ ବିମାନ

ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ ଅଭିଯାନ ପାଇଁ ପ୍ରସ୍ତୁତ ରହିଛି ନୌସେନା ପୋତ ଏବଂ ବିମାନ

Image Courtesy of Business Standard

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ଗୁଲାବ୍‌’ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ ଅଭିଯାନ ପାଇଁ ନୌସେନାର ପୋତ ଏବଂ ବିମାନ ପ୍ରସ୍ତୁତ ହୋଇ ରହିଥିବା କଥା ନୌସେନା କହିଛି।

ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଗୁଲାବ୍‌’ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସାମୁଦ୍ରିକ ବାତ୍ୟାର ଅଗ୍ରଗତି ଉପରେ ଭାରତୀୟ ନୌସେନା ତୀବ୍ର ଦୃଷ୍ଟି ରଖିଥିବା ସହ ତା’ର ପ୍ରଭାବକୁ ମୁକାବିଲା କରିବା ଲାଗି ‘ହେଡ୍‌ କ୍ବାର୍ଟର୍ସ’ ‘ଇଷ୍ଟର୍ଣ୍ଣ ନେଭାଲ୍‌ କମାଣ୍ଡ୍‌’ ଏବଂ ‘ନେଭାଲ୍‌ ଅଫିସର୍ସ-ଇନ୍‌-ଚାର୍ଜ ଓଡ଼ିଶା ଏରିଆ’ ପ୍ରସ୍ତୁତି କାର୍ଯ୍ୟକ୍ରମ କରିସାରିଛନ୍ତି। ଏଥିସହ ଆବଶ୍ୟକସ୍ଥଳେ ସାହାଯ୍ୟ ଯୋଗାଇ ଦେବାକୁ ସେମାନେ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମ୍ପର୍କ ମଧ୍ୟ ରଖିଥିବା କହିଛନ୍ତି।

publive-image Image Courtesy of The Times of India

ପ୍ରସ୍ତୁତିର ଅଂଶସ୍ବରୂପ, ଓଡ଼ିଶାରେ ‘ଫ୍ଲଡ୍‌ରିଲିଫ୍‌ ଟିମ୍‌’ ଏବଂ ‘ଡାଇଭିଙ୍ଗ୍‌ ଟିମ୍’ ସଜାଗ ହୋଇ ରହିଥିବା ବେଳେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ବିଶାଖାପାଟଣାରେ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ଅତ୍ୟଧିକ ପ୍ରଭାବିତ ଅଞ୍ଚଳରେ ସହାୟତା ଯୋଗାଇ ଦେବାକୁ ‘ମାନବୀୟ ସହଯୋଗିତା ‌ଏବଂ ଦୁର୍ବିପାକ ରିଲିଫ୍‌’ ଓ ‘ଡାକ୍ତରୀ ଟିମ୍‌’ ସହ ସମୁଦ୍ରରେ ନୌସେନାର ଦୁଇଟି ପୋତ ରହିଛି। ବିଶାଖାପାଟଣାରେ ‘ଆଇଏନ୍‌ଏସ୍‌ ଡେଗା’ ଏବଂ ଚେନ୍ନାଇ ନିକଟରେ ‘ଆଇଏନ୍‌ଏସ୍‌ ରାଜାଲି’ର ‘ନେଭାଲ୍‌ ଏୟାର୍‌ ଷ୍ଟେସନ୍‌’ରେ ନୌସେନାର ବିମାନ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।

ଅଧିକ ପ୍ରଭାବିତ ଅଞ୍ଚଳ, ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରଣ ଏବଂ ଆବଶ୍ୟକ ଅନୁସାରେ ରିଲିଫ୍‌ ସାମଗ୍ରୀ ପକାଇବା ଲାଗି ନୌସେନାର ବିମାନ ଆକାଶରୁ ସର୍ବେକ୍ଷଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe