ନୂଆଦିଲ୍ଲୀ: ଚୀନ୍କୁ ବୁଦ୍ଧି ଶିଖାଇବା ଉଦ୍ଦେଶ୍ୟରେ ଭାରତ ମହାସାଗର ଅଞ୍ଚଳରେ ଥିବା ମଲାକା ଷ୍ଟ୍ରେଟ୍ ଉପରେ ଭାରତୀୟ ନୌସେନା କଡ଼ା ନଜର ରଖିଛି। ଜୁନ୍ ୧୫ ଗଲୱାନ ସଂଘର୍ଷ ପରେ ଭାରତୀୟ ନୌସେନା ଭାରତ ମହାସାଗର ଅଞ୍ଚଳରେ ଅଧିକ ସତର୍କ ଦୃଷ୍ଟି ରଖିଛି। ପ୍ରତିଦିନ ଭାରତୀୟ ସେନାର ସ୍ଥଳ, ଜଳ ଓ ଆକାଶ ବାହିନୀ ମଧ୍ୟରେ ନିୟମିତ ସମନ୍ବୟ ବୈଠକ ବସି କାର୍ଯ୍ୟପନ୍ଥା ସ୍ଥିର କରାଯାଉଛି। ଚୀନ୍ ଉପରେ ସତର୍କ ଦୃଷ୍ଟି ରଖିବା ଉଦ୍ଦେଶ୍ୟରେ ମଲାକା ଷ୍ଟ୍ରେଟ୍ ଉପରେ ଭାରତୀୟ ନୌସେନା ସତର୍କ ଦୃଷ୍ଟି ରଖିଛି। ସୂଚନାଯୋଗ୍ୟ, ଭାରତ ମହାସାଗର ଅଞ୍ଚଳରେ ଥିବା ମଲାକା ଷ୍ଟ୍ରେଟ୍ ଦେଇ ଚୀନ ଅନ୍ୟାନ୍ୟ ଦେଶ ସହିତ ବାଣିଜ୍ୟ କାରବାର କରିଥାଏ। ମଲାକା ଷ୍ଟ୍ରେଟ୍ ଅଞ୍ଚଳରେ କେବଳ ନୌସେନା ନୁହେଁ ବରଂ ଭାରତୀୟ ବାୟୁସେନା ପକ୍ଷରୁ ସଜାଗ ଦୃଷ୍ଟି ରଖାଯାଇଛି। ଅପରପକ୍ଷେ, ଚୀନ୍ ମଧ୍ୟ ଭାରତ ମହାସାଗର ଅଞ୍ଚଳରେ ନିଜର ସେନା ମୁତୟନ କରିଛି। ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ନୁହେଁ ବୋଲି ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି।
‘ମଲାକା ଷ୍ଟ୍ରେଟ୍’ ଉପରେ ଭାରତୀୟ ନୌସେନାର କଡ଼ା ନଜର
Advertisment
Follow Us