Image Source: Zee News
ନୂଆଦିଲ୍ଲୀ: ନୌସେନା ଅଞ୍ଚଳ ମଧ୍ୟରେ ନୌସେନାର କର୍ମଚାରୀମାନେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଏବଂ ହ୍ଵାଟ୍ସ୍ଆପ୍ ଭଳି ସୋସିଆଲ୍ ନେଟ୍ଓ୍ଵାର୍କିଙ୍ଗ୍ ପ୍ଲାଟ୍ଫର୍ମ ବ୍ୟବହାର କରିପାରିବେ ନାହିଁ ବୋଲି ଭାରତୀୟ ନୌସେନା ନିଷେଧାଦେଶ ଜାରି କରିଛି।
ନୌସେନାର ଜାହାଜ ଓ ନୌସେନାର ଏୟାର୍ବେସ୍ରେ ମଧ୍ୟ କର୍ମଚାରୀମାନଙ୍କୁ ଆଉ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତୀୟ ନୌସେନା ଆଦେଶ ଜାରି କରିଛି।
ପାକିସ୍ତାନର ଗୁପ୍ତଚରଙ୍କ ସହ ଯୋଗାଯୋଗ ରଖିଥିବା ଅଭିଯୋଗରେ ସାତ ଜଣ ଭାରତୀୟ ନୌସେନା କର୍ମଚାରୀ ଏବଂ ମୁମ୍ବାଇର ଜଣେ ହାଓ୍ଵଲା ଅପରେଟର୍ ଗିରଫ ହେବା ପରେ ଡିସେମ୍ବର ୨୭ ତାରିଖ ଦିନ ଏହି ନିଷେଧାଦେଶ ଜାରି କରାଯାଇଛି।
Image Source: India.comକେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ଏବଂ ନୌସେନା ଗୁଇନ୍ଦାଙ୍କ ସହାୟତାରେ ଆନ୍ଧ୍ର ପ୍ରଦେଶର ଗୁଇନ୍ଦା ବିଭାଗ ସେମାନଙ୍କୁ ଗିରଫ କରିଥିଲା। ସୋସିଆଲ୍ ମିଡିଆ ନେଟ୍ଓ୍ଵାର୍କିଙ୍ଗ୍ ସାଇଟ୍ ବ୍ୟବହାର କରି ପାକିସ୍ତାନୀ ଗୁପ୍ତଚରମାନେ ସେମାନଙ୍କୁ ପ୍ରଲୋଭିତ କରି ଗୋପନ ତଥ୍ୟ ସଂଗ୍ରହ କରୁଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ନୌସେନା ହିଁ ପ୍ରଥମେ ସାମାଜିକ ଗଣମାଧ୍ୟମ ବ୍ୟବହାର ଆରମ୍ଭ କରିଥିଲା। ନୌସେନା ‘ହ୍ୟୁମାନ୍ ଆସିଷ୍ଟାନ୍ସ୍ ଆଣ୍ଡ୍ ଡିଜାଷ୍ଟର୍ ରିଲିଫ୍’ ସମ୍ବନ୍ଧୀୟ ସୂଚନା ସାମାଜିକ ଗଣମାଧ୍ୟମରେ ଦିଏ। କର୍ମଚାରୀ ଚୟନ ବିଜ୍ଞାନପନ ଆଦି ନିମନ୍ତେ ନୌସେନା ତା’ର ଫେସ୍ବୁକ୍ ପେଜ୍ ଏବଂ ଟୁଇଟର୍ ହ୍ୟାଣ୍ଡଲ୍ ବ୍ୟବହାର କରେ। ଏହା ପ୍ରଥମେ ୟୁଟ୍ୟୁବ୍ ଚାନେଲ୍ ମଧ୍ୟ ଖୋଲିଥିଲା।
Follow Us