Image Courtesy of India Today
ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ପାଳନ କରାଯାଉଥିବା ଭାରତୀୟ ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଓ ରାଜନେତାମାନେ ଟୁଇଟ୍ କରି ନୌସେନା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସାହସିକତାକୁ ଅଭିବାଦନ ଜଣାଇଛନ୍ତି।
ରାଷ୍ଟ୍ରପତି କୋବିନ୍ଦ ଲେଖିଛନ୍ତି: ନୌସେନା ଦିବସ ଉପଲକ୍ଷେ ଭାରତୀୟ ନୌସେନାର ସମସ୍ତ ଅଧିକାରୀ, ବ୍ୟକ୍ତି ଓ ମହିଳାମାନଙ୍କୁ ମୋର ଶୁଭକାମନା। ଆମର ସାମୁଦ୍ରିକ ସୀମାନ୍ତକୁ ସୁରକ୍ଷା ପ୍ରଦାନ, ବାଣିଜ୍ୟିକ ପଥ ନିରାପଦ ରଖିବା ଏବଂ ସାଧାରଣ ଅସୁବିଧାରେ ସହାୟତା ଯୋଗାଇ ଦେବାଲାଗି ଆପଣମାନଙ୍କର ପ୍ରତିବଦ୍ଧତା ନିମନ୍ତେ ଦେଶ ଗୌରବାନ୍ଵିତ। ଜଳଭାଗ ଉପରେ ଆପଣମାନଙ୍କର ରାଜୁତି ଚାଲୁଥାଉ। ଜୟ ହିନ୍ଦ୍!
ଆମର ଦେଶକୁ ସୁରକ୍ଷା ଦେବା ନିମନ୍ତେ ଭାରତୀୟ ନୌସେନା କରୁଥିବା ପ୍ରଶଂସନୀୟ କାମର ଗୋଟାଏ ସ୍ୱତନ୍ତ୍ର ଭିଡିଓ ସହ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରିଛନ୍ତି: ନୌସେନା ଦିବସ ଅବସରରେ ଆମ ସାହସିକ ନୌସେନା କର୍ମଚାରୀଙ୍କୁ ଅଭିବାଦନ ଜଣାଉଛୁ। ସେମାନଙ୍କର ମୂଲ୍ୟବାନ ସେବା ଏବଂ ଆତ୍ମବଳି ଆମ ଜାତିକୁ ଆହୁରି ଟାଣୁଆ ଓ ନିରାପଦ କରିଛି।
ଭାରତୀୟ ନୌସେନାର ଅବଦମନୀୟ ସାହସ ଏବଂ ସୌର୍ଯ୍ୟକୁ ଅଭିବାଦନ ଜଣାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ୍ କରିଛନ୍ତି: ନୌସେନା ଦିବସରେ ସମସ୍ତ ଭାରତୀୟ ନୌସେନା କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଭାରତୀୟ ନୌସେନା ଉପରେ ଦେଶର ଦୃଢ଼ ବିଶ୍ୱାସ ଓ ଗର୍ବ ରହିଛି। ଏହା ଭାରତର ସାମୁଦ୍ରିକ ଶକ୍ତିର ଅଭିବ୍ୟକ୍ତି।
ନୌସେନା ଦିବସ ଅବସରରେ ଆଜି ସକାଳେ ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାର ଉପମୁଖ୍ୟ ଜାତୀୟ ସମର ସ୍ମାରକୀ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Follow Us