Image Courtesy of Mint
ମୁମ୍ବାଇ: ଆଜି ଦକ୍ଷିଣ ମୁମ୍ବାଇର ମାଜାଗାଓଁ ଡକ୍ରେ ରାଡାର୍ରେ ଧରା ନ ପଡ଼ିବା ଭଳି ଅନେକ ଉନ୍ନତ ବୈଶିଷ୍ଟ୍ୟ ଥିବା ଭାରତୀୟ ନୌସେନାର ପଞ୍ଚମ ‘ସ୍କର୍ପିନ୍’ ବୁଡ଼ାଜାହାଜ ‘ୱାଗିର୍’ର ଜଳାବତରଣ ହୋଇଛି।
ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଏହି ବୁଡ଼ାଜାହାଜର ଜଳାବତରଣ କରିଛନ୍ତି। ଗୋଆରୁ ଭିଡିଓ ଲିଙ୍କ୍ ମାଧ୍ୟମରେ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଭାରତରେ ନିର୍ମାଣ ହେଉଥିବା ଛଅଟି ‘କଲବରୀ-ଶ୍ରେଣୀୟ ବୁଡ଼ାଜାହାଜ ମଧ୍ୟରୁ ଏହା ଅନ୍ୟତମ। ଏହାର ଡିଜାଇନ୍ କରିଛନ୍ତି ଫରାସୀ ନୌପ୍ରତିରକ୍ଷା ଏବଂ ଶକ୍ତି ପ୍ରତିଷ୍ଠାନ ‘ଡିସିଏନ୍ଏସ୍’। ଭାରତୀୟ ନୌସେନାର ପ୍ରକଳ୍ପ-୭୫ର ଅଂଶବିଶେଷ ଭାବେ ଏହା ନିର୍ମାଣ କରାଯାଉଛି।
Image Courtesy of Mumbai Mirrorଜଣେ ସରକାରୀ ଅଧିକାରୀ କହିଛନ୍ତି, ଏହି ବୁଡ଼ାଜାହାଜଗୁଡ଼ିକ ଜଳସ୍ତର ଉପର ଓ ଜଳ ଭିତର ଯୁଦ୍ଧ ଅଭିଯାନରେ ମୁତୟନ କରାଯାଇପାରିବ। ଏହାଦ୍ବାରା ‘ସାଙ୍କେତିକ ସୂଚନା ସଂଗ୍ରହ, ମାଇନ୍ ବିଛାଇବା ଏବଂ କୌଣସି ଅଞ୍ଚଳ ଉପରେ ଦୃଷ୍ଟି ରଖିବା କାର୍ଯ୍ୟ କରାଯାଇ ପାରିବ। ରାଡାର୍ରୁ ବର୍ତ୍ତିବା ପାଇଁ ଏଥିରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇଛି।
ଭାରତ ମହାସାଗରରେ ଦେଖାଯାଉଥିବା ଶିକାରୀ ମାଛ ‘ୱାଗିର୍’ର ନାମାନୁସାରେ ଏହାକୁ ନାମିତ କରାଯାଇଛି। ରୁଷ୍ରୁ ଆସିଥିବା ପ୍ରଥମ ‘ୱାଗିର୍’ ବୁଡ଼ାଜାହାଜ ୧୯୭୩ ମସିହା ଡିସେମ୍ବର ୩ ତାରିଖ ଦିନ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ପ୍ରାୟ ତିନି ଦଶନ୍ଧି ଧରି ଦେଶ ସେବା କରିବା ପରେ , ୨୦୦୧ ଜୁନ୍ ୭ ତାରିଖରେ ସେବାନିବୃତ ହୋଇଥିଲା।
Follow Us