ଭାରତ ମହାସାଗରରେ ଚୀନର ୩ ଯୁଦ୍ଧ ଜାହାଜ: ନୌସେନାର ତୀଖା ଟୁଇଟ୍

ଭାରତ ମହାସାଗରରେ ଚୀନର ୩ ଯୁଦ୍ଧ ଜାହାଜ: ନୌସେନାର ତୀଖା ଟୁଇଟ୍

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚାଇନା ନୌସେନାରୁ ଯୁଦ୍ଧ ପୋତ ଚକ୍କର କାଟିବା ପରେ ଭାରତୀୟ ନୌସେନା ପକ୍ଷରୁ ଏକ ଟ୍ଵିଟ୍‌ ଜରିଆରେ ସେମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚାଇ ଦିଆଯାଇଛି। ଭାରତ ମହାସାଗର ଅଞ୍ଚଳରେ ଚୀନର ତିନିଟି ଯୁଦ୍ଧ ଜାହାଜ ପଇଁତରା ମାରୁଥିବା ଭାରତୀୟ ନୌସେନା ଦେଖିବାକୁ ପାଇଥିଲା। ନୌସେନା ପକ୍ଷରୁ ଚୀନ ଜାହାଜଗୁଡ଼ିକର ଗତିବିଧି ଉପରେ କଡ଼ା ନଜର ରଖାଯାଇ ଥିଲା। ଏହାପରେ ନୌସେନା ତରଫରୁ ଏକ ଟ୍ଵିଟ୍‌ ଜରିଆରେ ଚୀନ ପ୍ରତିପକ୍ଷକୁ ଏହା ସୂଚିତ କରାଯାଇଛି। ଟ୍ଵିଟ୍‌ରେ ଲେଖାଯାଇଛି- ‘ଆମେ ତୁମମାନଙ୍କୁ ଦେଖିଛୁ।’

ଭାରତୀୟ ନୌସେନାର ମୁଖପାତ୍ରଙ୍କ ଟ୍ଵିଟର ହାଣ୍ଡେଲ୍‌ରୁ କରାଯାଇଥିବା ଏହି ଟ୍ଵିଟର ଲେଖାଯାଇଛି କି ଭାରତ ମହାସାଗର ଅଞ୍ଚଳକୁ ଆମେ ପିପୁଲ୍ସ ଲିବରେସନ୍‌ ଆର୍ମି (ନୌସେନା)ର ୨୯ତମ ଆଣ୍ଟି-ପାଇରେସି ଏସକଟ ଫୋର୍ସକୁ ସ୍ୱାଗତ କରୁଛୁ। ଏଥିସହ ଅନ୍ୟ ଏକ ଟ୍ଵିଟ ଜରିଆରେ ଭାରତୀୟ ନୌସେନା ସମୁଦ୍ରରେ ନିଜର କ୍ଷମତାକୁ ମଧ୍ୟ ଦର୍ଶାଇଛି। ନୌସେନା ପକ୍ଷରୁ କୁହାଯାଇଛି କି ପର୍ସିଆନ୍‌ ଗଲ୍ଫଠାରୁ ମାଲାକ୍କା ଷ୍ଟ୍ରେଟ୍‌ ଏବଂ ଉତ୍ତର ବଙ୍ଗୋପ ସାଗରଠାରୁ ଦକ୍ଷିଣ ଭାରତ ମହାସାଗର ଅଞ୍ଚଳ ଓ ଆଫ୍ରିକାର ପୂର୍ବ ଉପକୂଳ ପର୍ଯ୍ୟନ୍ତ ବ୍ୟାପକ ଅଞ୍ଚଳକୁ ଆମେ ୫୦ଟି ଜାହାଜ ସାହାଯ୍ୟରେ ୭ଦିନ ୨୪ଘଣ୍ଟା ଜଗିରହିଛୁ। ଏହି ଅଞ୍ଚଳକୁ ଏକ ‘ଦାୟିତ୍ୱ ସଂପନ୍ନ ଅଞ୍ଚଳ’ ଭାବେ ପରିଣତ କରିଛୁ।

ଉଲ୍ଲେଖଯୋଗ୍ୟ କି ଚୀନ ପକ୍ଷରୁ ଯଦିଓ କୁହାଯାଉଛି କି ଜଳଦସ୍ୟୁଙ୍କ କାର୍ଯ୍ୟକଳାତ୍ପ ତନଖି ଲାଗି ଭାରତ ମହାସାଗରକୁ ପିଏଲଏର ନୌସେନାର ଏସ୍‌କର୍ଟ ଫୋର୍ସ ଆସୁଛି, କିନ୍ତୁ ସଲରେ ଚୀନ ପକ୍ଷରୁ ଏହି ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରାଯିବାର ଉଦ୍ୟମ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe