ଡୋର୍ନିଅର୍‌ ବିମାନ ଉଡ଼ାଇଲେ ଭାରତୀୟ ନୌସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ୍‌

Advertisment
ଡୋର୍ନିଅର୍‌ ବିମାନ ଉଡ଼ାଇଲେ ଭାରତୀୟ ନୌସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ୍‌

Image Courtesy of Zee News

ଚେନ୍ନାଇ: କୋଚିରେ ଥିବା ‘ସଦର୍ଣ୍ଣ ନେଭାଲ୍‌ କମାଣ୍ଡ୍‌’ରେ ଭାରତୀୟ ନୌସେନାର ପ୍ରଥମ ବ୍ୟାଚ୍‌ର ତିନିଜଣ ମହିଳା ପାଇଲଟ୍‌ ଡୋର୍ନିଅର୍‌ ବିମାନ ଉଡ଼ାଇଛନ୍ତି। ଏମାନେ ହେଉଛନ୍ତି ୨୭ତମ ‘‌ଡୋର୍ନିଅର୍‌ ଅପରେସ୍‌ନାଲ୍‌ ଫ୍ଲାଇଙ୍ଗ୍ ଟ୍ରେନିଙ୍ଗ୍ କୋର୍ସ’ର (ଡିଓଏଫ୍‌ଟି) ଛଅଜଣ ମହିଳା ପାଇଲଟ୍‌ଙ୍କ ମଧ୍ୟରୁ ତିନିଜଣ। ଗୁରୁବାର ଦିନ ଏମାନେ ‘ଆଇଏନ୍‌ଏସ୍‌ ଗରୁଡ଼’ରେ ଅନୁଷ୍ଠିତ ‘ପାସିଙ୍ଗ୍ ଆଉଟ୍‌ ସେରିମନି’ରେ ‘ଫୁଲି ଅପରେସ୍‌ନାଲ୍‌ ମେରିଟାଇମ୍ ରେକୋନାଇସାନ୍ସ୍‌’ (ଏମ୍ଆର୍‌) ପାଇଲଟ୍‌ ଭାବେ ସ୍ନାତକ ହାସଲ କରିଛନ୍ତି।

ନୂଆଦିଲ୍ଲୀର ଲେଫ୍‌ନାଣ୍ଟ୍‌ ଦିବ୍ୟା ଶର୍ମା, ଉତ୍ତର ପ୍ରଦେଶର ଲେଫ୍‌ନାଣ୍ଟ୍‌ ଶୁଭାଙ୍ଗୀ ସ୍ବରୂପ ଏବଂ ବିହାରର ଲେଫ୍‌ନାଣ୍ଟ୍‌ ଶିବାଙ୍ଗୀ ହେଉଛନ୍ତି ପ୍ରଥମ ବ୍ୟାଚ୍‌ର ତିନିଜଣ ମହିଳା ପାଇଲଟ୍‌। ‘ଡିଓଏଫ୍‌ଟି’ ପାଠ୍ୟକ୍ରମ ପୂର୍ବରୁ ସେମାନେ ପ୍ରାଥମିକ ଭାବେ ଭାରତୀୟ ବାୟୁସେନା ଓ ନୌସେନାରୁ ମୌଳିକ ଉଡ଼ାଣ ତାଲିମ ପାଇଥିଲେ। ‘ଏମ୍ଆର୍‌’ ଉଡ଼ାଣ ନିମନ୍ତେ ତାଲିମ ପାଇଥିବା ଏହି ତିନିଜଣ ମହିଳା ପାଇଲଟ୍‌ଙ୍କ ମଧ୍ୟରୁ ୨୦୧୯ ଡିସେମ୍ବର ୨ ତାରିଖରେ ଲେଫ୍‌ନାଣ୍ଟ୍‌ ଶିବାଙ୍ଗୀ ପ୍ରଥମେ ଜଣେ ନେଭାଲ୍ ପାଇଲଟ୍‌ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ।

publive-image Image Courtesy of New Indian Express

‘ଏସ୍‌ଏନ୍‌ସି’ର ବିଭିନ୍ନ ପ୍ରଫେସ୍‌ନାଲ୍‌ ସ୍କୁଲ୍‌ରେ ଏକ ମାସ ଧରି ସେମାନଙ୍କର ‘ଗ୍ରାଉଣ୍ଡ୍‌ ଟ୍ରେନିଙ୍ଗ୍’ ଚାଲିବା ପରେ ‘ଆଇଏନ୍ଏଏସ୍‌ ୫୫୦’ରେ ‘ଏସ୍‌ଏନ୍‌ସି’ର ‘ଡୋର୍ନିଅର୍‌ ସ୍କ୍ବାଡ୍ରୋନ୍‌’ରେ ଆଠ ମାସ ଉଡ଼ାଣ ତାଲିମ ଦିଆଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ଏସ୍‌ଏନ୍‌ସି’ର ଚିଫ୍ ଷ୍ଟାଫ୍‌ ଅଫିସର୍‌ (ଟ୍ରେନିଙ୍ଗ୍ସ୍‌) ରିଅର୍‌ ଆଡ୍‌ମିରାଲ୍‌ ଆଣ୍ଟୋନି ଜର୍ଜ, ଭିଏସ୍‌ଏମ୍, ଏନ୍‌ଏମ୍‌ ସମସ୍ତ ପ୍ରକାର ଅଭିଯାନରେ ଯିବା ନିମନ୍ତେ ପୂର୍ଣ୍ଣ ଯୋଗ୍ୟତା ହାସଲ କରିଥିବା ଏହି ପାଇଲଟ୍‌ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe