ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଜଳୁଛି ୨୭୦ ହଜାର ଟନ୍ ତୈଳ ନେଇ ପାରାଦୀପ ଆସୁଥିବା ତୈଳବାହୀ ଜାହାଜ

Advertisment
ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଜଳୁଛି ୨୭୦ ହଜାର ଟନ୍ ତୈଳ ନେଇ ପାରାଦୀପ ଆସୁଥିବା ତୈଳବାହୀ ଜାହାଜ

Image Courtesy of The Indian Express

ନୂଆଦିଲ୍ଲୀ: ୨୭୦, ୦୦୦ ଟନ୍ ତୈଳ ନେଇ ଓଡ଼ିଶାର ପାରଦ୍ବୀପ ବନ୍ଦର ଅଭିମୁଖେ ଆସୁଥିବା ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ର ଏକ ଚାର୍ଟର୍‌ ଜାହାଜରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ନିଆଁ ଲାଗିଯାଇଛି। ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଶ୍ରୀଲଙ୍କା ସେ ଜାହାଜ ପାଖକୁ ଗୋଟାଏ ବିମାନ ଏବଂ ଦୁଇଟି ନୌସେନା ଜାହାଜ ପ୍ରେରଣ କରିଥିବା କଥା ଗୁରୁବାର ଦିନ ଶ୍ରୀଲଙ୍କା ନୌସେନାର ଜଣେ ମୁଖପାତ୍ର କହିଛନ୍ତି।

‘ଦି ନିଉ ଡାଇମଣ୍ଡ୍‌’ ନାମକ ଏହି ‘ଭିଏଲ୍‌ସିସି’ (ଭେରି ଲାର୍ଜ କ୍ରୁଡ୍‌ କ୍ୟାରିୟର୍) କୁଏତ୍‌ର ‘ମିନା ଅଲ୍‌ ଅହମଦି ବନ୍ଦର’ରୁ ‘କୁଏତ୍ ଏକ୍ସପୋର୍ଟ କ୍ରୁଡ୍’ ନେଇ ଭାରତର ପାରାଦୀପ ବନ୍ଦରକୁ ଆସୁଥିଲା। ଏଠାରେ ଉଲ୍ଲେଖଯୋଗ୍ୟ କି, ପାରାଦୀପରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଇଣ୍ଡିଆନ ଅଏଲର ରିଫାଇନେରିରେ ଦୈନିକ ୩୦୦, ୦୦୦ ବାରେଲ୍‌ ତୈଳ ଶୋଧନ କରାଯାଏ।

ସଦ୍ୟତମ ସୂଚନା ଅନୁସାରେ, ଜାହାଜରୁ ନିଆଁ ଲିଭାଇବାରେ ସହାୟତା ନିମନ୍ତେ ଭାରତୀୟ ତଟରକ୍ଷୀ ‘ସୌର୍ଯ୍ୟ’ ‘ସାରଙ୍ଗ’ ‘ସମୁଦ୍ର ପହରେଦାର୍‌’ ଏବଂ ଡ୍ରୋନିୟର୍‌ ବିମାନ ପଠାଇଥିବା କଥା ଟୁଇଟ୍ କରିଛି।

publive-image Image Courtesy of Zee News

ଶ୍ରୀଲଙ୍କୀୟ ମୁଖପାତ୍ର କମାଣ୍ଡର୍‌ ରଞ୍ଜିତ ରାଜପକ୍ଷ କହିଛନ୍ତି ଯେ, ପୂର୍ବ ଉପକୂଳର ପ୍ରାୟ ୩୭.୦୪ କିଲୋମିଟର୍‌ ସମୁଦ୍ର ମଧ୍ୟରେ ‘ଭିଏଲ୍‌ସିସି’ରେ  ନିଆଁ ଧରିଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କାର ‘ମେରାଇନ୍ ପ୍ରୋଟେକ୍ସନ୍ ଅଥରିଟି’ କହିଛି ଯେ, ଜାହାଜରୁ ସମ୍ଭାବ୍ୟ ତୈଳ ଲିକ୍ ରୋକିବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ।

ଶିଳ୍ପ ସୂତ୍ରରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ, ତୈଳ ଉତ୍ପାଦ ଟ୍ୟାଙ୍କ୍‌ର ହେଲେନ୍ ଏମ୍. ମଧ୍ୟ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛି। ଭାରତୀୟ ସମୟ ସକାଳ ୭. ୪୫ରେ ଅଗ୍ନିକାଣ୍ଡ ଘଟିଛି।

ଏଥିରେ ଥିବା ୨୩ଜଣ କ୍ରୁ’ ମେମ୍ବର୍‌ଙ୍କ ମଧ୍ୟରୁ ୧୯ଜଣଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe