ବହମାସରେ ଏକ ବାଲ୍‌କୋନିରୁ ତଳକୁ ଖସିପଡ଼ିବାକୁ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ଜୀବନ ଗଲା

Advertisment

ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ କଲେଜ ଛାତ୍ରଙ୍କର ଦୁର୍ଘଟଣାବଶତଃ ବହମାସରେ ମୃତ୍ୟୁ ଘଟିଛି। ସେ ବହମାସର ଏକ ହୋଟେଲ୍‌ ବାଲ୍‌କୋନିରୁ ତଳକୁ ପଡ଼ିଯିବାରୁ ତାଙ୍କ ଜୀବନ ଯାଇଛି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।

ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ କଲେଜ ଛାତ୍ରଙ୍କର ଦୁର୍ଘଟଣାବଶତଃ ବହମାସରେ ମୃତ୍ୟୁ ଘଟିଛି। ସେ ବହମାସର ଏକ ହୋଟେଲ୍‌ ବାଲ୍‌କୋନିରୁ ତଳକୁ ପଡ଼ିଯିବାରୁ ତାଙ୍କ ଜୀବନ ଯାଇଛି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।

ତ୍ିୀୁଗତିଚ

ନ୍ୟୁୟର୍କ: ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ କଲେଜ ଛାତ୍ରଙ୍କର ଦୁର୍ଘଟଣାବଶତଃ ବହମାସରେ ମୃତ୍ୟୁ ଘଟିଛି। ସେ ବହମାସର ଏକ ହୋଟେଲ୍‌ ବାଲ୍‌କୋନିରୁ ତଳକୁ ପଡ଼ିଯିବାରୁ ତାଙ୍କ ଜୀବନ ଯାଇଛି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।

ଛାତ୍ର ଜଣ ଆଉ ମାତ୍ର କିଛି ଦିନ ପରେ ଗ୍ରାଜୁଏଟ୍‌ ହୋଇଥାନ୍ତେ। ଗ୍ରାଜୁଏସନ୍‌ ପୂରା କରିବାକୁ ଦିନ କେଇଟା ବାକି ଥିବା ବେ‌ଳେ ତାଙ୍କ ମୃତ୍ୟୁ ପରିବାର ଲୋକଙ୍କୁ ଶୋକ ସାଗରରେ ଭସାଇ‌ ଦେଇଛି। 

ଛାତ୍ର ଜଣକ ହେଉଛନ୍ତି ଗୌରବ ଜୟସିଂହ। ସେ ମାସାଚୁସେଟ୍ସର ୱାଲ୍‌ଟମ୍‌ରେ ଥଇବା ବେଣ୍ଟଲି ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ନିକଟରେ ସେ ଏକ ବାର୍ଷିକ ସିନିୟର କ୍ଲାସ ଟ୍ରିପ୍ରେ ବହମାସ୍‌ ଯାଇଥିଲେ। ରବିବାର ଦିନ ତାଙ୍କ ସହ ଏହି ଦୁର୍ଘଟଣା ଘଟିଯାଇଛି। 

ଗୌରବ ଜୟସିଂହ ମାସାଚୁସେଟ୍ସର ୱାଲ୍ଥାମରେ ଥିବା ବେଣ୍ଟଲି ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ଏବଂ ରବିବାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବାହାମାସରେ ଏକ ବାର୍ଷିକ ସିନିୟର କ୍ଲାସ ଟ୍ରିପ୍ ପାଇଁ ଥିଲେ। ଜୟସିଂହ ଏହି ସପ୍ତାହର ଶେଷରେ ସ୍ନାତକ ଡ୍ରିଗ୍ରି ହାସଲ କରିଥାନ୍ତେ।

ବେଣ୍ଟଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ୍ସ ଆକାଉଣ୍ଟ୍‌ରେ ଏକ ପୋଷ୍ଟରେ କୁହାଯାଇଛି ଯେ "ଏହି କିଛି ଦିନ ଆମ ସମସ୍ତଙ୍କ ପାଇଁ ଖୁବ୍‌ କଷ୍ଟକର କିଛି ଦିନ ଥିଲା। ଆମର ପ୍ରିୟ ଗୌରବ ଜୟସିଂହ (୨୫)ଙ୍କ ଦୁଃଖଦ ମୃତ୍ୟୁ ଆମକୁ ଯନ୍ତ୍ରଣା ଦେଇଛି। ଆମେ ଗୌରବଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଉଛୁ। ମେ ୧୭ ତାରିଖରେ ହେବାକୁ ଥିବା ସମାରୋହରେ ଗୌରବଙ୍କୁ ସମ୍ମାନିତ କରିବାକୁ ଯୋଜନା କରୁଛୁ।"

ଏବିସି ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବେଣ୍ଟଲି ବିଶ୍ୱବିଦ୍ୟାଳୟ ଏକ ବିବୃତିରେ କହିଛି ଯେ "ଆମେ ଗୌରବଙ୍କ ପରିବାର, ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଆମର ଗଭୀର ସମବେଦନା ବାଣ୍ଟିଛୁ। ସ୍ଥାନୀୟ କର୍ତ୍ତୃପକ୍ଷ ତଦନ୍ତ କରୁଥିବା ବେଳେ, ଏହା ମନେ ହେଉଛି ଯେ ଗୌରବ ଦୁର୍ଘଟଣାବଶତଃ ବାଲକୋନିରୁ ପଡ଼ିଯାଇଥିଲେ। ତ‌ାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେଇ ଆମେ ଅଧିକ ସୂଚନା ଉପଲବ୍ଧ ହେଲେ ଆଗକୁ ସେୟାର କରିବୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe