ଫ୍ଲୋରିଡାରେ ଭାରତୀୟ ନର୍ସଙ୍କୁ ମାରଣାତ୍ମକ ଆକ୍ରମଣ

ଫ୍ଲୋରିଡାରେ ଭାରତୀୟଙ୍କୁ ମାରଣାତ୍ମକ ଆକ୍ରମଣ । ୱାଲିଂଟନରେ ରହୁଥିବା ପ୍ରବାସୀ ଭାରତୀୟ ନର୍ସଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ଲହୁଲୁହାଣ କରିଛନ୍ତି ଜଣେ ଦୁର୍ବୃତ୍ତ। ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ।

 India Today

ଫ୍ଲୋରିଡା: ଫ୍ଲୋରିଡାରେ ଭାରତୀୟଙ୍କୁ ମାରଣାତ୍ମକ ଆକ୍ରମଣ । ୱାଲିଂଟନରେ ରହୁଥିବା ପ୍ରବାସୀ ଭାରତୀୟ ନର୍ସଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ଲହୁଲୁହାଣ କରିଛନ୍ତି ଜଣେ ଦୁର୍ବୃତ୍ତ । ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ କିନ୍ତୁ ନର୍ସ ଷ୍ଟିପେନଙ୍କ ଅବସ୍ଥାର ଗମ୍ଭୀର ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସ୍ଥାନୀୟ ପୁଲିସର ସୂଚନା ଅନୁସାରେ ଷ୍ଟିପେନ କାମ ସାରି ଫେରୁଥିବା ସମୟରେ ହଠାତ ଯୁବକ ତାଙ୍କ ନିକଟକୁ ପହଁଚି ତାଙ୍କୁ ଗାଳିଗୁଳଜ କରିଥିଲେ । ଏପରିକି ବର୍ଣ୍ଣବୈଷ୍ଣମ୍ୟତାକୁ ନେଇ ଟିପ୍ପଣୀ ଦେଇଥିଲେ । ଷ୍ଟିପେନ ଏହାକୁ ବିରୋଧ କରିବାରୁ ଲୁହାରଡରେ ପିଟିବା ସହ ତାଙ୍କ ମୁହଁ ହାଡକୁ ଭାଙ୍ଗିଥିଲେ ଦୁର୍ବୃତ୍ତ । ବିଦେଶରେ ବିଶେଷ କରି ଆମେରିକାରେ ଭାରତୀୟଙ୍କ ଉପରେ ବଢ଼ୁଛି ଆକ୍ରମଣ ଘଟଣା । ୨୦୨୩ରେ ୧୮ଜଣ ଭାରତୀୟଙ୍କୁ ହତ୍ୟା କରାଯାଇଥିବାବେଳେ ୨୦୨୪ ଆରମ୍ଭରୁ ମଧ୍ୟ ସମାନ ଘଟଣା ପୁଣି ଘଟିବା ଚିନ୍ତାର ବିଷୟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe