ପୋଷା କୁକୁର ପାଇଁ ‘ଲିଭ୍‌-ଇନ୍‌’ ସଙ୍ଗୀ ଉପରକୁ ଲୁହା ପିଞ୍ଜରା ଫିଙ୍ଗି ଜେଲ୍‌ ଗଲେ ଭାରତୀୟ ବଂଶୋଦ୍ଭବ

ପୋଷା କୁକୁର ପାଇଁ ‘ଲିଭ୍‌-ଇନ୍‌’ ସଙ୍ଗୀ ଉପରକୁ ଲୁହା ପିଞ୍ଜରା ଫିଙ୍ଗି ଜେଲ୍‌ ଗଲେ ଭାରତୀୟ ବଂଶୋଦ୍ଭବ

Image Courtesy of India Today

ସିଙ୍ଗାପୁର: ପାଳିଥିବା କୁକୁରମାନଙ୍କ ମଧ୍ୟରୁ ଗୋଟିକର ଦେଖାଚାହାଁ କଥାରେ ‘ଲିଭ୍‌-ଇନ୍‌’ ସଙ୍ଗୀ ସହିତ ଝଗଡ଼ା କରି ୧ କିଲୋ ଓଜନର ଲୁହା ପିଞ୍ଜରା ଫିଙ୍ଗିଥିବା ଜଣେ ଭାରତୀୟ ବଂଶୋଦ୍ଭବ ସିଙ୍ଗାପୁରବାସୀଙ୍କୁ ଏକ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି।

ସଂଗୃହୀତ ସୂଚନା ଅନୁସାରେ, ୪୨ ବର୍ଷିୟ ବିଶ୍ନେଶ୍ବରନ୍‌ ଜଗଦୀଶନ୍‌ ୩୯ ବର୍ଷୀୟ ଲକ୍ଷ୍ମୀ କାର୍ତିଗା ସୁବ୍ରମଣିୟମ୍‌ଙ୍କ ସହିତ ‘ଲିଭ୍‌-ଇନ୍‌’ ରିଲେସନ୍‌ରେ ରହୁଥିଲେ। ବେଶ୍‌ କିଛି ଦିନ ହେବ ଦୁହିଁଙ୍କ ଭିତରେ ବିବାଦ ଚାଲିଥିଲା। ଦିନେ କୁକୁର ପାଳିବା କଥାରେ ସମାନେ ବିବାଦ କଲେ। ପ୍ରଥମେ କଥା କଟାକଟିରୁ ଆରମ୍ଭ ହୋଇ କ୍ରମଶଃ ବିବାଦ ଉଗ୍ର ହେଲା। ରାଗି ଯାଇ ବିଶ୍ନେଶ୍ବରନ୍‌ ୧ କିଲୋ ଓଜନର ଗୋଟାଏ ଲୁହା ପଞ୍ଜୁରିକୁ ଲକ୍ଷ୍ମୀଙ୍କ ଉପରକୁ ଫିଙ୍ଗି ଦେଲେ। ଆହତ ହୋଇ ଲକ୍ଷ୍ମୀ ସ୍ଥାନୀୟ ଥାନାରେ ବିଶ୍ବେଶ୍ବରନ୍‌ଙ୍କ ନାଁରେ ମାମଲା ରୁଜୁ କଲେ।

publive-image Image Courtesy of Deccan Herald

ଏହି ମାମଲାରେ ସିଙ୍ଗାପୁରର ଏକ ଅଦାଲତ ବିଶ୍ବଶ୍ବରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ମାସ ପାଇଁ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଦେଇଥିବା ରାୟରେ ଅଦାଲତ କହିଛନ୍ତି, ଅନ୍ୟର ନିରପତ୍ତା ପ୍ରତି ଭ୍ରୁକ୍ଷେପ ନ କରି କାର୍ଯ୍ୟ କରିବା ଏବଂ ଧମକ ଦେଇଥିବା କାରଣରୁ ତାଙ୍କୁ ଦଣ୍ଡାଦେଶ ହୋଇଛି।

ସୂଚନାଯୋଗ୍ୟ, ଥାନାରେ ଅଭିଯୋଗ କରିବା ବେଳେ ପୁଲିସ ଉପସ୍ଥିତିରେ ବିଶ୍ନେଶ୍ବରନ୍‌ ଲକ୍ଷ୍ମୀଙ୍କୁ ଧମକ ଦେଇ କହିଥିଲେ କି, ମାରି ମୁହଁ ଛେଚି ପକାଇବି।

ଅଦାଲତରେ ବିଶ୍ନେଶ୍ବରନ୍‌ଙ୍କ ଓକିଲ କହିଥିଲେ ଯେ, କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ନ ଥିବାରୁ ସେମାନେ ସବୁବେଳେ ଝଗଡ଼ା ଲାଗୁଥିଲେ। ତେଣୁ, ଏଥିପ୍ରତି ଦୃଷ୍ଟି ଦେଇ ବିଶ୍ନେଶ୍ବରନ୍‌ଙ୍କ ଉପରେ ଜରିମାନା କରି ମାମଲା ବନ୍ଦ କରିବାକୁ ଓକିଲ ଅଦାଲତଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe